କିଂବଦନ୍ତି ଫୁଟବଲର୍ ଫ୍ରାଙ୍କ ବେକନ୍ବର୍ଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି। ବେକନ୍ବର୍ ଜଣେ ଖେଳାଳି ଓ ପ୍ରଶିକ୍ଷକ ଭାବେ ଫିଫା ବିଶ୍ବକପ୍ ଜିତିବାରେ ବିଶ୍ବର ୩ ଖେଳାଳିଙ୍କ ମଧ୍ୟରୁ ଜଣେ। ୧୯୬୬, ୧୯୭୦ ଓ ୧୯୭୪ ମସିହା ବିଶ୍ବକପ୍ରେ ସେ ଖେଳିଥିଲା ବେଳେ ପ୍ରଥମ ଅଧିନାୟକ ଭାବେ ଫିଫା ବିଶ୍ବକପ୍ ଟ୍ରଫି ଧରିଥିଲେ। ୧୯୮୬ ବିଶ୍ବକପ୍ରେ ସେ ଜର୍ମାନିର ପ୍ରଶିକ୍ଷକ ଦାୟିତ୍ବରେ ରହିଥିଲେ। ଏହି ସଂସ୍କରଣ ଫାଇନାଲ୍ରେ ଆର୍ଜେଣ୍ଟିନାଠୁ ପରାସ୍ତ ହୋଇ ଜର୍ମାନି ଉପବିଜେତା ହୋଇଥିଲା।
କିଂବଦନ୍ତି ଫୁଟବଲର୍ ଫ୍ରାଙ୍କ ବେକନ୍ବର୍ଙ୍କ ପରଲୋକ
/sambad/media/post_attachments/wp-content/uploads/2024/01/gdjgjdgjggg.jpg)