କାଳିଆପାଣି: ବିଶ୍ବ ପାରା ଆଥଲେଟିକ୍ସ ସଂଘ ପକ୍ଷରୁ ଭାରତୀୟ ପାରା ଆଥଲେଟିକ୍‌ କମିଟି(ପିସିଆଇ) ଓ ଭାରତୀୟ ଖେଳ ପ୍ରାଧିକରଣ(ସାଇ) ସହଭାଗିତାରେ ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ୧୧ ଦିନିଆ ବିଶ୍ବ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଜଣେ ବୈଷୟିକ ଅଧିକାରୀ ଭାବେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳ ଟମକା ଗାଁର ଯୁବକ ଦେବାମୃତ ସାହୁ। 

Advertisment

ଶୁକ୍ରବାର ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସେ ଷ୍ଟାଡିଅମ୍‌ରେ ରହି ସେ ପିସିଆଇ ଓ ସାଇକୁ ଆନୁଷଙ୍ଗିକ ସହାୟତା ଯୋଗାଇଦେବେ। ପ୍ରତିଯୋଗିତାର ସଫଳ ଆୟୋଜନ ଦିଗରେ ବିଭିନ୍ନ ବୈଷୟିକ ଦିଗର ଅନୁଧ୍ୟାନ ଓ ବିଭାଗୀୟ ସମୀକ୍ଷା କରି ସେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ରିପୋର୍ଟ କରିବେ। ଏବଂ ଆବଶ୍ୟକ ସ୍ଥଳେ ସେ ପରାମର୍ଶ ଦେବେ। ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଦେବାମୃତଙ୍କ ଅଂଶଗ୍ରହଣକୁ ନେଇ ତାଙ୍କ ମା’ବାପା ପଦ୍ମିନୀ ଓ ପ୍ରକାଶ ଚନ୍ଦ୍ର ସାହୁ, ପୈତୃକ ଗାଁ ଟମକା, ଖଣିଅଞ୍ଚଳ, ସହପାଠୀ ଓ ସହକର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି।

ଦେବାମୃତ ଏବେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗ ତଥା ପିସିଆଇ ପକ୍ଷରୁ ଦେବାମୃତଙ୍କୁ ବିଶ୍ବ ପାରା ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ ମନୋନୀତ କରାଯାଇଥିଲା।

ଦେବାମୃତ ଏବେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗ ତଥା ପିସିଆଇ ପକ୍ଷରୁ ଦେବାମୃତଙ୍କୁ ବିଶ୍ବ ପାରା ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ ମନୋନୀତ କରାଯାଇଥିଲା। ଏଥିପାଇଁ ଦେବାମୃତଙ୍କୁ ୧୭ ଦିନିଆ ସ୍ବତନ୍ତ୍ର ଛୁଟି(ଗତ ୨୨ ତାରିଖରୁ ଆସନ୍ତା ୮ ତାରିଖ) ପ୍ରଦାନ କରିବାକୁ ବିଭାଗୀୟ ଆୟୋଜନ ସମିତି ସମ୍ପାଦକ ଜୟୱନ୍ତ ଜିଏଚ୍‌ ଗତ ୪ ତାରିଖରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଦରଖାସ୍ତ କରିଥିଲେ। ଦେବାମୃତ ୨୩ ତାରଖରୁ ନୂଆଦିଲ୍ଲୀରେ ପହଞ୍ଚି ବିଶ୍ବ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ଆନୁଷଙ୍ଗିକ ଦାୟିତ୍ବ ନିର୍ବାହ କରୁଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ଅସି ଚାଳନା ବିଭାଗରେ ଦେବାମୃତ ଜଣେ ଅନ୍ତର୍ଜାତୀୟ ପାରା ଖେଳାଳି ଭାବେ ଏକାଧିକ ବାର ଭ‌ାରତର ପ୍ରତିନିଧିତ୍ବ କରିଥିଲେ।