ଭୁବନେଶ୍ବର: ଜୋର୍ଡାନର ଅମନରେ ଅନୁଷ୍ଠିତ ଅମନ୍ ଅନ୍ତର୍ଜାତୀୟ ଆଇଟିଏଫ୍ ବିଶ୍ବ ଜୁନିୟର୍ ଟେନିସ୍ ଟୁର୍ର ୧୮ ବର୍ଷରୁ କମ୍ ବର୍ଗରେ ଓଡ଼ିଶାରେ ଦେବାଶିଷ ସାହୁ ପଦାର୍ପଣର ଉପବିଜେତା ହୋଇ ରନର୍ ଟ୍ରଫି ପାଇଛନ୍ତି। ତା’ସହ ଏକକ ସେମିଫାଇନାଲ୍ ଉଠି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଦେବାଶିଷ ଦୁବାଇରେ ଅବସ୍ଥାପିତ ଭାରତୀୟ ଖେଳାଳି ରାୟନ୍ ସଜିଦ୍ କୁଟ୍ରାଟ୍ଙ୍କୁ ସାଥୀ କରି ଯୁଗଳ ପ୍ରତିଯୋଗିତା ଖେଳିଥିଲେ। ଫାଇନାଲ୍ରେ କଡ଼ା ସଂଘର୍ଷ କରି ରୁଷୀୟ-ଲେବାନନ ଯୋଡ଼ି ନିକିତା ବୁର୍ଟିଚେକ୍-ମୁସ୍ତାଫା ଏଲ୍ ନାଟୋରଙ୍କଠାରୁ ୬-୭, ୭-୬, ୪-୧୦ରେ ହାରିଯାଇଥିଲେ। ଏକକ ବର୍ଗରେ ଦେବାଶିଷ ସେମିଫାଇନାଲ୍ରୁ ବିଦାୟ ନେବା ପୂର୍ବରୁ ପ୍ରଥମ ରାଉଣ୍ଡରେ ତୃତୀୟ ମାନ୍ୟତାପ୍ରାପ୍ତ ନିକିତା ବୁର୍ଟିଚେକ୍ଙ୍କୁ ୭-୫, ୩-୬, ୬-୩ରେ ଏବଂ ଦ୍ବିତୀୟ ରାଉଣ୍ଡ୍ରେ ପୋଲାଣ୍ଡ୍ର ମାସିଜ୍ ଜାରେସ୍କିଙ୍କୁ ୬-୪, ୭-୫ରେ ପରାସ୍ତ କରିଥିଲେ।
ଆଇଟିଏଫ୍ ପଦାର୍ପଣରେ ଦେବାଶିଷ ରନର୍
/sambad/media/post_attachments/wp-content/uploads/2022/06/x4g465gd4j65gd4dgj654j654gj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)