ଭୁବନେଶ୍ବର: ରାଜ୍ୟର ୩ ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶିଷ ସାହୁ, ସୋହିନୀ ଏସ୍ ମହାନ୍ତି, ଆହାନ ଏବଂ ସେମାନଙ୍କ ପ୍ରଶିକ୍ଷକ ଫାରାହାନ୍ ଅଲୀ ଓ ଅଜୟ କୁମାର ନିଶଙ୍କଙ୍କୁ ଗୁରୁବାର ଓଡ଼ିଶା ଟେନିସ୍ ସଂଘ ପୁରସ୍କୃତ କରିଛି। ଓଟିଏ ସଭାପତି ଅସିତ ତ୍ରିପାଠୀ, ଉପସଭାପତି ଦିବ୍ୟଶଙ୍କର ମିଶ୍ର, ସମ୍ପାଦକ ସତ୍ୟଜିତ ମହାନ୍ତି ପ୍ରମୁଖ ଏମାନଙ୍କୁ ସମ୍ବର୍ଧିତ କରି ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଦେବାଶିଷ ଗତ ମାସରେ ଏସିଆ ଓସେନିଆ ଯୋଗ୍ୟତା ପର୍ଯ୍ୟାୟ କନିଷ୍ଠ ଡେଭିସ୍ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ବେଳେ ସୋହିନୀ ମଧ୍ୟ ଭାରତୀୟ କନିଷ୍ଠ ବାଳିକା ଆଇଟିଏଫ୍ ଓ ଫେଡେରେସନ୍ କପ୍ ଦଳରେ ସ୍ଥାନ ପାଇ ରାଜ୍ୟର ଗୌରବ ବଢ଼ାଇଥିଲେ। ଉଭୟ ଫରାହାନ୍ ଅଲୀ ଟେନିସ୍ ଏକାଡେମିରେ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିଲେ। ସେହିଭଳି ନହରକଣ୍ଟାସ୍ଥିତ ଏସ୍ବେସ୍ ଟେନିସ୍ ଏକାଡେମିରେ ଅଜୟ ନିଶଙ୍କଠାରୁ ପ୍ରଶିକ୍ଷଣ ନେଇ ଆହାନ ୧୨ ବର୍ଷରୁ କମ୍ ବାଳିକା ବର୍ଗରେ ଦେଶର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ହେବା ସହ ଚଳିତ ବର୍ଷ ଏକାଧିକ ଆଉଟା ଟ୍ରଫି ଜିତି ସାରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp