ଗୁରୁକୁଳ ଆଇଟା-ଓଟିଏ ଟିଏସ୍‌ ଦେବାଶିଷ-କମଲେଶ ବିଜେତା

ଭୁବନେଶ୍ୱର/ମେଣ୍ଢାଶାଳ: ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ଚାଲିଥିବା ଗୁରୁକୁଳ ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ (ଟିଏସ୍‌)ରେ ଓଡ଼ିଶା ଯୋଡ଼ି ଦେବାଶିଷ ସାହୁ ଓ କମଲେଶ ରଥ ବିଜେତା ହୋଇଛନ୍ତି। ୧୪ ବର୍ଷରୁ କମ୍‌ ବାଳକ ଯୁଗଳ ଫାଇନାଲ୍‌ରେ ଏହି ଦ୍ୱିତୀୟ ମାନ୍ୟତା ଯୋଡ଼ି ଶୀର୍ଷ ମାନ୍ୟତାପ୍ରାପ୍ତ ବେଙ୍ଗଲ ସାଥୀ ବୟମ୍‌ କୃଷ୍ଣ ଓ ସାଗ୍ନିକ୍‌ ବୋଷ୍‌କୁ ୬-୨, ୩-୬, ୧୦-୮ରେ ପରାସ୍ତ କରିଥିଲେ। ପ୍ରଥମ ଦୁଇ ସେଟ୍‌ ୧-୧ ସ୍ଥିତିକୁ ଚାଲଯିବା ପରେ ଟାଇବ୍ରେକରରେ ଦେବାଶିଷ-କମଲେଶ ବାଜି ମାରି ନେଇଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ ଦେବାଶିଷ-କମଲେଶ ଯୋଡ଼ି ୬-୨, ୬-୪ରେ ରବିନାରାୟଣ ସାହୁ-ଅକ୍ଷତ ବେଉରିଆଙ୍କୁ ଏବଂ ବୟମ-ସାଗ୍ନିକ୍‌ ୬-୦, ୬-୩ ୬-୦, ୬-୩ରେ ଦେବବ୍ରତ ପ୍ରଧାନ-ବିଶ୍ୱବିସ୍ମିତ ପ୍ରଧାନଙ୍କୁ ପରାସ୍ତ କରିଥିଲେ। ଏକକ ଫାଇନାଲ୍‌ରେ ଶୁକ୍ରବାର ରବି ନାରାୟଣ ସାହୁ ଏବଂ ବୟମ କୃଷ୍ଣଙ୍କ ମଧ୍ୟରେ ମୁକାବିଲା ହେବ। ଗୁରୁବାର ସେମିଫାଇନାଲ୍‌ରେ ଅଣମାନ୍ୟତା ପ୍ରାପ୍ତ ରବିନାରାୟଣ ଶୀର୍ଷମାନ୍ୟତା ତଥା ନିଜ ଯୁଗଳ ସାଥୀ ଦେବାଶିଷ ସାହୁଙ୍କୁ ୬-୩, ୬-୪ରେ ଏବଂ ତୃତୀୟ ମାନ୍ୟତା ବୟମ ନିଜ ରାଜ୍ୟ ସାଥୀ ତଥା ଦ୍ୱିତୀୟ ମାନ୍ୟତା ସାଗ୍ନିକଙ୍କୁ ୩-୬, ୬-୨, ୬-୪ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର