କଟକ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୦ ତାରିଖରୁ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ବୋଲିଂ ପ୍ରଶିକ୍ଷଣ ପ୍ରଣିକ୍ଷଶ ଶିବିର ପାଇଁ ଦେବାଶିଷଙ୍କୁ ନିଯୁକ୍ତ କରାଯାଇଛି। ଏହି ନୂଆ ଦାୟିତ୍ବ ପାଇଁ ଦେବାଶିଷଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସଂପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଦେବାଶିଷ ଏଥିପୂର୍ବରୁ ବିସିସିଆଇ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିସାରିଛନ୍ତି। ଦେବାଶିଷ ଭାରତ ପାଇଁ ୨ ଟେଷ୍ଟ ଓ ୪୫ ଦିନିକିଆ ଖେଳିଥିଲା ବେଳେ ୪ ଓ ୫୭ ୱିକେଟ୍‌ ନେଇଛନ୍ତି। ୧୧୭ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ସେ ୪୧୭ ୱିକେଟ୍‌ ନେଇ ଓଡ଼ିଶାର ସର୍ବାଧିକ ୱିକେଟ୍‌ ହାସଲକାରୀ କୀର୍ତ୍ତିମାନ ବଜାୟ ରଖିଛନ୍ତି।