ଭୁବନେଶ୍ୱର: ରାଜ୍ୟର ଦୁଇ ସଫଳ କ୍ରୀଡ଼ା ତାରକା ପଦ୍ମଶ୍ରୀ ଦିଲୀପ ତିର୍କି ଓ ଦେବାଶିଷ ମହାନ୍ତି ରବିବାର ସ୍ଥାନୀୟ ସହିଦ ସ୍ପୋର୍ଟିଂ ପଡ଼ିଆରେ ଏକାଠି ହୋଇଥିଲେ। ଅବସର ଥିଲା ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର୍ଙ୍କ ନାମରେ ଏକ ପ୍ରେସ୍ ବକ୍ସ ଉନ୍ମୋଚିତ। ସହିଦ ସ୍ପୋର୍ଟିଂ ପକ୍ଷରୁ ନିଜସ୍ୱ ପଡ଼ିଆରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁବିଧାରେ କର୍ମ ସଂପାଦନ ନିମନ୍ତେ ନବନିର୍ମିତ ପ୍ରେସ୍ ବକ୍ସକୁ ରବିବାର ଦେବାଶିଷ ମହାନ୍ତିଙ୍କ ନାମରେ ନାମିତ କରାଯାଇଥିଲା। ଆଉ ଏହାକୁ ଉନ୍ମୋଚନ କରିଥିଲେ ଆନ୍ତର୍ଜାତିକ ହକି ତାରକା ଦିଲୀପ ତିର୍କି। ସହିଦ ସ୍ପୋର୍ଟିଂ କ୍ଲବ୍ର ଜଣେ ସଦସ୍ୟ ଥିବା ଦେବାଶିଷଙ୍କୁ ସମ୍ମାନ ଜଣାଇ ନୂତନ ଗୃହକୁ ‘ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସ’ ଭାବେ ନାମିତ କରାଯାଇଛି। କ୍ଲବ୍ର ସଂପାଦକ ପଙ୍କଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପଦ୍ମଶ୍ରୀ ତିର୍କି ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଧାୟକ ବିଜୟ ମହାନ୍ତି, କର୍ପେରେଟର ଶାଶ୍ୱତୀ ମିଶ୍ର, ନିଜେ ଦେବାଶିଷ ମହାନ୍ତି, ସିପି ଶର୍ମା, ରଶ୍ମିରଞ୍ଜନ ପରିଡ଼ା, ପି ଜୟଚନ୍ଦ୍ର, ନିକୁଞ୍ଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସ ଉନ୍ମୋଚିତ
/sambad/media/post_attachments/wp-content/uploads/2018/04/1-debasis-press-box-innaguration.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)