କଳିଙ୍ଗ ଷ୍ଟାଡିୟମ୍‌ରେ ଦୀପା

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ୨୦ତମ ଜାତୀୟ ପାରା ଆଥ୍‌ଲେଟିକ୍ସ ପ୍ରତିଯୋଗିତା ପୂର୍ବରୁ ଭିତ୍ତିଭୂମି ପରଖିବା ପାଇଁ ଭାରତୀୟ ପାରାଲିମ୍ପିକ୍ସ କମିଟି ସଭାପତି ଦୀପା ମଲିକ ଏବଂ ସତ୍‌ପାଲ ସିଂହ ଗୁରୁବାର ଭୁବନେଶ୍ବର ଗସ୍ତ ଅବସରରେ କଳିଙ୍ଗ ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ବିଜୟାନନ୍ଦ ନାୟକ, ଓଡ଼ିଶା ପାରା କ୍ରୀଡ଼ା ସଂଘର ସୁନିଲ ପ୍ରଧାନ ଓ ଦିଲେଶ୍ବର ରାଓ ଷ୍ଟାଡିୟମ୍‌ ବୁଲି ଦେଖିଛନ୍ତି।

ସମ୍ବନ୍ଧିତ ଖବର