ବାରବାଟୀ ମ୍ୟାଚ ପାଇଁ ବଦଳିଲେ ଏହି ଖେଳାଳି, ପିଠିରେ ଆଘାତ ଯୋଗୁଁ ହେଲା ପରିବର୍ତ୍ତନ

କଟକ: କଟକରେ ଦେଖିବାକୁ ମିଳିବନି ବୋଲର ଦୀପକ ଚହରଙ୍କ ବୋଲିଂ କମାଲ | ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଦୀପକ ଚହରଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ଦିଆଯାଇଛି | ଦୀପକଙ୍କ ସ୍ଥାନରେ ନବଦୀପ ସଇନିଙ୍କୁ ସ୍ଥାନ ମିଳିଛି | ବିସିସିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଚହରଙ୍କ ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥିବାର ସେ କହିଥିଲେ | ଏହା ପରେ ଡାକ୍ତରୀ ଟିମ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି |

Photo-Bcci

ତେଣୁ ଚହରଙ୍କୁ କଟକରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରୁ ବାଦ ଦିଆଯାଇଛି | ଏଠାରେ ସୂଚନା ଥାଉ କି ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ,ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।


ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ | ଏହା ପୂର୍ବରୁ ଶିଖର ଧାୱନ ଓ ଭୁବନେଶ୍ୱର କୁମାର ମଧ୍ୟ ଆଘାତ ଯୋଗୁଁ ଇଣ୍ଡିଜ ବିପକ୍ଷ  ଦିନିକିଆ ସିରିଜରୁ ବାଦ ପଡିଛନ୍ତି | ଧାୱନଙ୍କ ସ୍ଥାନରେ ମାୟାଙ୍କ ଅଗ୍ରୱାଲ ଓ ଭୁବନେଶ୍ୱରଙ୍କ ସ୍ଥାନରେ ସାର୍ଦ୍ଦଳ ଠାକୁରଙ୍କୁ ସୁଯୋଗ ମିଳିଛି।

ସମ୍ବନ୍ଧିତ ଖବର