ନୂଆଦିଲ୍ଲୀ : ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ପଦକ ବିଜେତା ଦୀପକ ପୂନିଆଙ୍କ ସମେତ ତିନି ଜଣ ବରିଷ୍ଠ ଭାରତୀୟ ପୁରୁଷ କୁସ୍ତିଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିବା ଗୁରୁବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କହିଛି। ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିବା ପୂନିଆ (୮୬ କେଜି)ଙ୍କ ବ୍ୟତୀତ ପଜିଟିଭ୍ ରିପୋର୍ଟ ଆସିଥିବା ଅନ୍ୟ ଦୁଇ କୁସ୍ତିଯୋଦ୍ଧା ହେଲେ ନବିନ (୬୫ କେଜି) ଏବଂ କୃଷ୍ଣ (୧୨୫ କେଜି)। ଏହି ତିନିଜଣଯାକ ସୋନେପତର ସାଇ ସେଣ୍ଟରରେ ଆୟୋଜିତ ଜାତୀୟ ଶିବିରର ସଦସ୍ୟ ଥିଲେ। ଏବେ ସମସ୍ତେ ସଂଗରୋଧରେ ରହିଛନ୍ତି। ଅବଶ୍ୟ ଏହା ପୁର୍ବରୁ ସେପ୍ଟେମ୍ବର ୧ ତାରିଖରେ କୁସ୍ତିଯୋଦ୍ଧାମାନେ ‘ସାଇ’ରେ ଏକାଠି ହେବା ପରେ ପ୍ରୋଟୋକଲ ଅନୁଯାୟୀ ଖେଳାଳି, ପ୍ରଶିକ୍ଷକ ଏବଂ ସହଯୋଗୀ ଷ୍ଟାଫ୍ଙ୍କର ବାଧ୍ୟତାମୂଳକ ଆର୍ଟି-ପିସିଆର୍ ପରୀକ୍ଷା କରାଯାଇଥିଲା। ଏବେ ତିନି ଜଣଙ୍କର ପଜିଟିଭ୍ ବାହାରିବା ପରେ ମଧ୍ୟ ଯୋଜନା ମୁତାବକ ଶିବିର ଆଗକୁ ବଢ଼ିବ ବୋଲି କହିଛନ୍ତି ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ)ର ସହକାରୀ ସଂପାଦକ ବିନୋଦ ଟୋମାର। ତିନି ଆକ୍ରାନ୍ତଙ୍କର ଦୁଇ ଦିନ ପରେ ପୁର୍ନବାର ପରୀକ୍ଷା କରାଯିବ। ଯଦି ରିପୋର୍ଟ ନେଗେଟିଭ୍ ଆସେ ତାହାଲେ ସେମାନଙ୍କୁ ଶିବିରକୁ ଫେରିବାକୁ ଦିଆଯିବ ବୋଲି ଟୋମାର କହିଛନ୍ତି। ତଥାପି ସେମାନେ ୧୪ ଦିନିଆ ସଂଗରୋଧ ସମୟ ବିତାଇବା ପରେ ପ୍ରଶିକ୍ଷଣ ନେଇପାରିବେ ବୋଲି ଟୋମାର କହିଛନ୍ତି। ଏହା ପୂର୍ବରୁ ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ଭିନେଶ ଫୋଗଟ ଏକମାତ୍ର ମହିଳା କୁସ୍ତିଯୋଦ୍ଧା ଭାବେ କରୋନା ଆକ୍ରାନ୍ତ ହୋଇଥିଲେ। ସେ ମଧ୍ୟ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶ୍ୟ ତାଙ୍କ ସାନି କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିସାରିଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ଏକାନ୍ତବାସରେ ରହିଛନ୍ତି।
ଦୀପକ ପୂନିଆଙ୍କ ସହ ୩ କୁସ୍ତିଯୋଦ୍ଧା କରୋନା ପଜିଟିଭ୍
/sambad/media/post_attachments/wp-content/uploads/2020/09/deepak-p.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)