ତୀରନ୍ଦାଜ ବିଶ୍ବମାନ୍ୟତା ଶୀର୍ଷରେ ଦୀପିକା

ପ୍ୟାରିସ: ସଦ୍ୟ ସମାପ୍ତ ବିଶ୍ବକପ୍‌ ଷ୍ଟେଜ୍‌-୩ରେ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ପଦକ କରାୟତ କରିଥିବା ଭାରତୀୟ ତାରକା ତୀରନ୍ଦାଜ ଦୀପିକା କୁମାରୀ ପୁଣି ଥରେ ସୋମବାର ପ୍ରକାଶିତ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପ୍ରଥମ ଥର ଲାଗି ୨୦୧୨ରେ ଶୀର୍ଷ ସ୍ଥାନ ଦଖଲ କରିଥିବା ରାଞ୍ଚି ଜନ୍ମିତ ୨୭ ବର୍ଷୀୟା ଦୀପିକା ଏଠାରେ ଆୟୋଜିତ ବିଶ୍ବକପ୍‌ରେ ମହିଳା ଏକକ, ଦଳଗତ ଏବଂ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ଜିିତିଥିଲେ। ମୋଟ ଉପରେ ସେ ବିଶ୍ବକପ୍‌ରେ ୯ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୭ କାଂସ୍ୟ ନିଜ ନାମରେ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ସଫଳତା ତାଙ୍କ ମନୋବଳକୁ ଦୃଢ଼ କରିଛି। ଏକମାତ୍ର ଭାରତୀୟ ମହିଳା ତୀରନ୍ଦାଜ ଭାବେ ‌ସେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର