ଅତନୁଙ୍କୁ ‌ପ୍ରେରିତ କରି‌ଥିଲେ ଦୀପିକା ‘ଆପ୍‌ନା ଟାଇମ୍‌ ଆୟେଗା’

କୋଲ୍‌କାତା: ତୀରନ୍ଦାଜି ବିଶ୍ବକପ୍‌ରେ ଭାରତର ୧୩ ବର୍ଷର ପଦକ ମରୁଡ଼ିକୁ ଏକ ନମ୍ବର ପୁରୁଷ ଖେଳାଳି ଅତନୁ ଦାସ ରବିବାର ପୂରଣ କରିଥିଲେ। ଗୁଏଟମାଲା ସିଟିରେ ଆୟୋଜିତ ଏହି ବିଶ୍ବକପ୍‌ର ପୁରୁଷ ରିକର୍ଭ ବ୍ୟକ୍ତିଗତ ବର୍ଗରେ ଅତନୁ ସ୍ବର୍ଣ୍ଣ ଜତିଥିଲେ। ଏହି ବିଜୟରେ ଅତନୁଙ୍କ ପତ୍ନୀ ଦୀପିକା କୁମାରୀଙ୍କ ହାତ ରହିଥିଲା। ‌ତାଙ୍କ ପ୍ରେରଣାଦାୟୀ କଥା ଗୁଏଟ୍‌ମାଲାରେ ଅତନୁଙ୍କୁ ସ୍ବର୍ଣ୍ଣ ପଦକ ଜିତିବାରେ ସହାୟକ ହୋଇଥିଲା। ଏହା ଅତନୁଙ୍କ ପ୍ରଥମ ବିଶ୍ବ ସ୍ବର୍ଣ୍ଣ ପଦକ ଥିଲା। ଦୀପିକା ମଧ୍ୟ ବ୍ୟକ୍ତିଗତ ବର୍ଗ ସହ ଦଳଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥିସହ ନବବିବାହିତ ପତି ପତ୍ନୀ ୨୦୨୧ ତୀରନ୍ଦାଜି ବିଶ୍ବକପ୍‌ ଫାଇନାଲ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ‘‘ମୋ ପରିବର୍ତ୍ତନ ଲାଗି ସବୁ ଶ୍ରେୟ ଦୀପିକାଙ୍କ ନିକଟକୁ ଯିବ। ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖି ମୁଁ ବିଚଳିତ ହୋଇଯାଉଥିଲି, ତାଙ୍କୁ ଦେଖି କଠିନ ପରିଶ୍ରମ କରିବାକୁ ମୋର ଆଗ୍ରହ ବଢ଼ିଥିଲା। ନିଜକୁ ନିଜେ ପଚାରେ ‘ମୋ ପାଳି କେବେ ଆସିବ?’’ ବୋଲି ସ୍ବର୍ଣ୍ଣ ଜିତିବା ପରେ ଅତନୁ କହିଛନ୍ତି।

୨୦୧୬ ଅନ୍ତଲ୍ୟା ବିଶ୍ବକପ୍‌ କାଂସ୍ୟ ମୁକାବିଲାରେ କିମ୍‌ ଓଜିନ୍‌ଙ୍କଠୁ ହାରିବା ଅତନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ‘‘ଏବେ ବି ମୁଁ ତାଙ୍କ ସହ ମ୍ୟାଚ୍‌ ଖେଳିବାର ଯୋଗ୍ୟତା ରଖିନି। ମୋତେ ଉଦାସ ଦେଖିଲେ ଦୀପିକା ରାଗିଯା’ନ୍ତି। ସେ ସବୁବେଳେ କୁହନ୍ତି ‘ମୋ ସମୟ ପ୍ରଥମେ ଆସିଛି, ତୁମ ପରେ ମୁଁ ଆସିଛି। କଠିନ ପରିଶ୍ରମ କର’। ତାଙ୍କର ଏହି ଦୁଇ ପଦ କଥା ମୋତେ ଏଭଳି ସଫଳତା ଦେଇଛି ବୋଲି ଅତନୁ କହିଛନ୍ତି। ବହୁ ଛୋଟ ଛୋଟ କଥା ଦୀପିକାଙ୍କଠୁ ଶିଖିଛି। ଯାହା ‌ମୋର ବହୁ କାମରେ ଆସିଛି। ଏହି ସ୍ବର୍ଣ୍ଣ ପଦକ ବି ତାଙ୍କର ବୋଲି ଅତନୁ କହିଛନ୍ତି। ୨୦୧୬ ରିଓ ଅଲମ୍ପିକ୍ସ‌ରେ ଉଭୟ ‌ଅଂଶଗ୍ରହଣ କରିଥିଲେ। ହେଲେ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିନଥିଲା। ଏହା ପରେ ଉଭୟଙ୍କ ପ୍ରେମ ମେକ୍ସିକୋରେ ହୋଇଥିଲା।

ସମ୍ବନ୍ଧିତ ଖବର