ସୁରତ : ଭାରତୀୟ ମହିଳା କ୍ରିକେଟ୍ ଦଳର ୨୨ ବର୍ଷ ବୟସ୍କା ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଏଠାରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ହାହାଣ ହାତୀ ଅଫ୍ ବ୍ରେକ୍ ବୋଲର ଦୀପ୍ତି ଏହି ମ୍ୟାଚ୍ରେ ୪ ଓଭର ବୋଲିଂ କରି ୮ ରନ୍ ବ୍ୟୟ କରିଥିଲା ବେଳେ ୩ ୱିକେଟ୍ ଅକ୍ତିଆର କରିଥିଲେ। ଭାରତ ମଧ୍ୟ ଏହି ମ୍ୟାଚ୍କୁ ୧୧ ରନ୍ରେ ଜିତି ନେଇଥିଲା। ତେବେ ଦୀପ୍ତି ତାଙ୍କ ପ୍ରଥମ ତିନି ଓଭର ମେଡେନ୍ ପକାଇ ୩ ୱିକେଟ୍ ନେଇଥିଲେ। ଏହା ମଧ୍ୟ ତାଙ୍କ କ୍ରିକେଟ୍ ଜୀବନର ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। କୌଣସି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ୩ ଓଭର ମେଡେନ୍ ବୋଲିଂ କରିବାରେ ସେ ପ୍ରଥମ ଭାରତୀୟ ବୋଲରର କୀର୍ତ୍ତିମାନ ରଚିଥିଲେ। ସେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏଥିରେ ତାଙ୍କର ଦୁଇଟି ଓଭର ୱିକେଟ୍ ମେଡେନ୍ ରହିଥିଲା। ତାଙ୍କର ଏହି ପ୍ରଦର୍ଶନ ପୂର୍ବରୁ କୌଣସି ବି ଭାରତୀୟ (ପୁରୁଷ ବା ମହିଳା) ବୋଲର ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୩ ଓଭର ମେଡେନ୍ ବୋଲିଂ କରିନଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp