ଡେକାଥଲନ୍‌ ବିଶ୍ୱ କିର୍ତିମାନ ଭାଙ୍ଗିଲେ ମେୟର

ତାଲେନ୍ସ (ଫ୍ରାନ୍ସ): ବିଶ୍ୱ ଏବଂ ଅଲିମ୍ପିକ୍ସ ରୌପ୍ୟ ବିଜେତା ଫ୍ରାନ୍ସର ଡେକାଥଲନ୍‌ ତାରକା କେଭିନ୍‌ ମେୟର ସୋମବାର ନୂଆ ବିଶ୍ୱ କୀର୍ତିମାନ କରିଛନ୍ତି। ଫ୍ରାନ୍ସର ତାଲେନ୍ସରେ ଆୟୋଜିତ ଡେକାଷ୍ଟାର ପ୍ରତିଯୋଗିତାରେ ସେ ୯,୧୨୬ ପଏଣ୍ଟ୍‌ ହାତେଇ ଏହି କୀର୍ତିମାନ ଅଧିକାରୀ ହୋଇଥିଲେ। ଏଥିସହ ମେୟର ଡେକାଥଲନ୍‌ରେ ବିଶ୍ୱ କୀର୍ତିମାନ କରିବାରେ ପ୍ରଥମ ପ୍ରାନ୍ସ ଖେଳାଳି ହୋଇଛନ୍ତି। ପୂର୍ବରୁ ଏହି କିର୍ତିମାନ ଆମେରିକାର ଆଷ୍ଟନ୍‌ ଇଟନ୍‌ (୯୦୪୫)ଙ୍କ ନାମରେ ଥିଲା। ୨୦୧୫ ବିଶ୍ୱ ପ୍ରତିଯୋଗିତାରେ ଇଟନ୍‌ ଏହି ସଫଳତା ପାଇଥିଲେ। ରବିବାର ଜାଭେଲିନ୍‌ରେ ମେୟର ୭୧.୯୦ ମିଟର ଫିଙ୍ଗି ସର୍ବାଗ୍ରରେ ରହିଥିଲେ। ହେଲେ କୀର୍ତିମାନ ଭାଙ୍ଗିବା ଲାଗି ୧୫୦୦ ମିଟର ଦୌଡ଼କୁ ୪.୪୯ ମିନିଟ୍‌ରେ ଶେଷ କରିବା ନିହାତି ଆବଶ୍ୟକ ଥିଲା। ଯାହାକୁ ମେୟର ୪:୩୬.୧୧ରେ ଶେଷ କରି ବିଜେତା ହେବା ସହ ନିଜ ନାମରେ ବିଶ୍ୱ କୀର୍ତିମାନ କରି ନେଇଥିଲେ।

ସମ୍ବନ୍ଧିତ ଖବର