ନୂଆଦିଲ୍ଲୀ: କିଛି ମାସ ତଳେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ନ କରିବାରୁ ଚାମ୍ପିଅନ୍ସ ଟ୍ରଫି ଦଳରୁ ବାଦ୍ ପଡ଼ିଥିଲେ। ଏପରିକି ଅଧିକ ଦରରେ ବିକ୍ରି ହୋଇଥିଲେ ମଧ୍ୟ ଆଇପିଏଲ୍ରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା। ଶେଷ ମ୍ୟାଚ୍ରେ ସେ ଶତକ ଅର୍ଜନ କରି ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ। ଏହାପରେ ହେଡିଂଲେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ର ଦୁଇଟି ପାଳିରେ ଶତକ ଅର୍ଜନ କରି ଇତିହାସ ରଚିଥିଲେ ସେ। ଏହା କରିବାରେ ଭାରତର ପ୍ରଥମ ଓ ବିଶ୍ବର ଦ୍ବିତୀୟ ୱିକେଟ୍ରକ୍ଷକ ହେବାର ଗୌରବ ଅର୍ଜନ କରିଥିଲେ ପନ୍ତ। ସେ ପ୍ରଥମ ପାଳିରେ ୧୩୪ ଓ ଦ୍ବିତୀୟରେ ୧୧୮ ରନ୍ କରିଥିଲେ।
ବର୍ଡର-ଗାଭାସ୍କର ଟ୍ରଫିରେ ସେ ୫ ଟେଷ୍ଟ୍ ଖେଳି ୨୮.୩୩ ହାରରେ ମାତ୍ର ୨୫୫ ରନ୍ କରିଥିଲେ। ଏଥିଲାଗି ସମାଲୋଚନର ଶିକାର ହୋଇଥିଲେ। ଏହାପରେ ନିଜକୁ ଖେଳକେନ୍ଦ୍ରୀତ କରିବା ଲାଗି ଗତ ମାର୍ଚ୍ଚରେ କଠୋର ପଦକ୍ଷେପ ନେଇଥିଲେ। ପ୍ରଥମେ ହ୍ବାଟ୍ସଆପ୍କୁ ଅନ୍ଇନ୍ଷ୍ଟଲ କରିବା ସହ ମୋବାଇଲ୍କୁ ବନ୍ଦ ରଖିଥିଲେ ଏବଂ ଜରୁରୀ ଯୋଗାଯୋଗ ବ୍ୟତୀତ ଅଫ୍ଲାଇନ୍ରେ ରହୁଥିଲେ। ଶାରୀରିକ ଓ ମାନସିକ ଶାନ୍ତି ଫେରି ପାଇବାରେ ଲାଗି ପଡ଼ିଥିଲେ। ଆଇପିଏଲ୍ରେ ମଧ୍ୟ ତାଙ୍କର ସଂଘର୍ଷ ଜାରି ରହିଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଏହି ଖେଳାଳି ପୂରା ଋତୁରେ ମାତ୍ର ୩୦୦ ରନ୍ କରିଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚ୍ରେ ସେ ଶତକୀୟ ପାଳି ଖେଳିଥିଲେ।
ଭାରତର ପୂର୍ବତନ ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ସୋହୁମ ଦେଶାଇ କହିଛନ୍ତି ଯେ ‘‘ଏହି ସମୟ ମଧ୍ୟରେ ପନ୍ତ ତାଙ୍କ ଫିଟ୍ନେସ୍ ପ୍ରତି ସତର୍କ ଥିଲେ। ସେ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିଥିଲେ ବି ତାଙ୍କର ଅଭ୍ୟାସ ବନ୍ଦ ନଥିଲା। ସେ ଯେତେବେଳେ ଫ୍ରି ରହନ୍ତି, ମୋତେ ଜିମ୍କୁ ଡାକନ୍ତି। କ୍ଲାନି ଓ କାର୍ଯ୍ୟଭାରକୁ ସେ ଖାତିର କରୁ ନଥିଲେ। ସେ କେବଳ କହୁଥିଲେ ନିଜ ପାଇଁ କରିବାକୁ ପଡ଼ିବ। ଶେଷରେ ମୋ ପାଖକୁ ଦିନେ ଆସି କହିଲେ ଗୋଟେ ଦିନ ଛୁଟି ନେଇପାରିବି କି? ମୁଁ କହିଲି ହଁ ଠିକ୍ ଅଛି। ଏହାର ଫଳ ସେ ଏବେ ପାଇଲେ’’। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ବର୍ମିଂହାମର ଏଜ୍ବେଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହେବ। ଭାରତ ପନ୍ତଙ୍କ ଉପରେ ଖାଲି ବ୍ୟାଟିଂ ପାଇଁ ନୁହେଁ ତାଙ୍କ ପ୍ରେରଣା ପାଇଁ ନିର୍ଭର କରିବା।
ପ୍ରତ୍ୟାବର୍ତ୍ତନ ପୂର୍ବରୁ ହ୍ବାଟ୍ସଆପ୍ ଡିଲିଟ୍
କିଛି ମାସ ତଳେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ନ କରିବାରୁ ଚାମ୍ପିଅନ୍ସ ଟ୍ରଫି ଦଳରୁ ବାଦ୍ ପଡ଼ିଥିଲେ।
/sambad/media/media_files/2025/06/30/qwr-2025-06-30-13-37-00.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)