ଆଇପିଏଲ୍ : ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ, କୋଲକାତା ଆଗରେ ୧୨୮ରନର ବିଜୟ ଲକ୍ଷ୍ୟ

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଆଜି କୋଲକତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ଦିଲ୍ଲୀର ଦୁଇ ଓପନର ଶିଖର ଧଓ୍ବନ ଓ ଷ୍ଟିଭ ସ୍ମିଥ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ବିଶେଷ ବଡ଼ ସ୍କୋର କରିପାରିନଥିଲା । ସ୍ମିଥ ୩୯ ରନ, ଅଧିନାୟକ ଋଷଭ ପନ୍ତ ୩୯ ରନ ଓ ଧଓ୍ବନ ୨୪ ରନ କରିଥିଲେ । ଫଳରେ  ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୭  ରନ କରିପାରିଥିଲା । କୋଲକାତା ପକ୍ଷରୁ ସୁନୀଲ ନାରିନ, ଭେଙ୍କଟେସ ଆୟର ଓ ଲୋକି ଫର୍ଗୁସନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳି ୮ ବିଜୟ, ୨ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ତେବେ କୋଲକତା ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ ।  ଦଳ ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳି ୪ ବିଜୟ, ୬ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

 

ସମ୍ବନ୍ଧିତ ଖବର