ରାଜସ୍ଥାନ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଦିଲ୍ଲୀ ଟସ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦିଲ୍ଲୀ ଦଳ ପ୍ରଥମରୁ ଦୁଇଟି ଓ୍ବିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳ ପ୍ରଥମ ଓଭରରେ ଓପନର ପୃଥ୍ବୀ ସ’ ଙ୍କୁ ହରାଇଥିଲା । ସେହିପରି ଦଳୀୟ ସ୍କୋର ମାତ୍ର ୧୦ ରନ ହୋଇଥିବାବେଳେ ଅଭିଜ୍ଞ ଅଜିଙ୍କ୍ୟ ରାହାଣେଙ୍କ ଓ୍ବିକେଟ ହରାଇଥିଲା । ତେବେ ଅନ୍ୟତମ ଓପନର ଶିଖର ଧଓ୍ବନ ଓ ଅଧିନାୟକ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଶତକୀୟ ପାର୍ଟନରସିପ କରିବା ସହ ଦଳକୁ ବିପଦମୁକ୍ତ କରିଥିଲେ ଓ  ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଧଓ୍ବନ ୫୭ ରନ କରିଥିବାବେଳେ ଆୟର ୫୩ରନ କରିଥିଲେ । ତେବେ ଏହି ଦୁଇ ଓ୍ବିକେଟ ଆଉଟ ହେବା ପରେ ଶେଷଭାଗ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ।  ତେବେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା ।

ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ରାଜସ୍ଥାନ ଦଳ ୭ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ ୫ ବିଜୟ ୨ ପରାଜୟ ସହ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବାବେଳେ ରାଜସ୍ଥାନ ୩ ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର