ଆଇପିଏଲ୍ : ଶିଖର ଧଓ୍ବନଙ୍କ ଶତକ,  ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଦିଲ୍ଲୀ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଟସ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ତାରକା ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୬୧ଟି ବଲରୁ ୧୦୬ ରନ ସଂଗ୍ରହ କରିଥିଲେ । ନିଜର ଏହି ଶତକୀୟ ଇନିଂସରେ ସେ ୧୨ଟି ଚୌକା ଓ ୩ଟି ଛକା ମାରିଥିଲେ । ଚଳିତ ଆଇପିଏଲରେ ଏହା ତାଙ୍କର ୨ୟ ଶତକ ।  ତେବେ ଦିଲ୍ଲୀର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିଥିଲେ ।

ଚଳିତ ଆଇପିଏଲରେ ଦିଲ୍ଲୀ ଦଳ ଚମତ୍କାର ପ୍ରଦର୍ଶନ କରିଚାଲିଛି । ଦଳ ଏପର୍ଯ୍ୟନ୍ତ ମୋଟ ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବାବେଳେ ୨ଟିରେ ପରାଜୟ ବରଣ କରିଛି । ଫଳରେ ଦଳ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ପଞ୍ଜାବ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୯ଟି ମ୍ୟାଚ ଖେଳି ୩ ବିଜୟ ଓ ୬ ପରାଜୟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ତେବେ ଗତ ମ୍ୟାଚରେ ମୁମ୍ବାଇକୁ ହରାଇବା ପରେ  ଏହି ଦଳର ଆତ୍ମବିଶ୍ବାସ ବଢିଯାଇଛି ।

ସମ୍ବନ୍ଧିତ ଖବର