ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ର ୨୭ ତମ ମ୍ୟାଚ୍‌ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

 

ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳିସାରିଛି। କୋଲକାତା ନାଇଟ୍‌ ରାଇଡର୍ସ, କିଙ୍ଗସ୍‌ ଇଲେଭେନ ପଂଜାବ, ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ ଜିତି ୮ ପଏଣ୍ଟ ହାସଲ କରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜିତ ହୋଇଛି।

ଆଇପିଏଲ୍‌-୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳିଛି। ଦିଲ୍ଲୀ ଟିମ୍‌ କେବଳ ସନରାଇଜର୍ସ ହାଇଦ୍ରାବାଦ୍‌ ଠାରୁ ମ୍ୟାଚ୍‌ ହାରିଥିବା ବେଳେ ପଂଜାବ, ଚେନ୍ନାଇ, କୋଲକାତା, ବାଙ୍ଗାଲୋର ଓ ରାଜସ୍ଥାନ ବିପକ୍ଷରେ ବିଜୟ ହାସଲ କରି ୧୦ ପଏଣ୍ଟ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର