ନୂଆଦିଲ୍ଲୀ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଲୀ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ । ଉଭୟ ଦଳ ଏହି ମ୍ୟାଚ ଜିତି ପ୍ରଥମ ସ୍ଥାନରେ ରହିବାକୁ ଜୋରଦାର ପ୍ରୟାସ କରିବେ । ଚେନ୍ନାଇ ନିଜ ସ୍ଥାନ ବଜାୟ ରଖିବା ପାଇଁ ଲଢେଇ କରିବା ସହ ଦିଲ୍ଲୀ ଚେନ୍ନାଇକୁ ଟକ୍କର ଦେଇ ପ୍ରଥମ ସ୍ଥାନରେ ରହିବାକୁ ପ୍ରୟାସ କରିବ ।

Advertisment

ଉଲ୍ଲେଖଯୋଗ୍ୟ, ଚଳିତ ଆଇପିଏଲରେ ଦିଲ୍ଲୀ-ଚେନ୍ନାଇ ଶକ୍ତିଶାଳୀ ନଜର ଆସିଛନ୍ତି । ଦୁଇ ଦଳ ଆଇପିଏଲ ପଏଣ୍ଟ ଟେବୁଲର ସମାନ ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ଦୁଇ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ମାତ ଦେଇଥିଲା । ତେବେ ଆଜିର ମ୍ୟାଚରେ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।