ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସର ଓପନର୍ ପୃଥ୍ଵୀ ସ ଆଇପିଏଲ୍ ୨୦୨୩ରେ ଫ୍ଲପ୍ ହୋଇଛନ୍ତି। ଯେଉଁଥିପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଇଛି। ବର୍ତ୍ତମାନ ତାଙ୍କ ପାଇଁ ଏହି ସିଜନରେ ଦଳକୁ ଫେରିବା କଷ୍ଟକର ବୋଲି କୁହାଯାଉଛି । କାରଣ ପୃଥ୍ଵୀ ସଙ୍କୁ ଯେତିକି ମ୍ୟାଚରେ ସୁଯୋଗ ଦିଆଯାଇଥିଲା, ସେ ପ୍ରତ୍ୟେକ ଥର ନିଜ ଦଳକୁ ନିରାଶ କରିଥିଲେ | ଦିଲ୍ଲୀ କ୍ୟାପିଟାଲସର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗଙ୍କ କହିବାନୁସାରେ, 'ଅନେକ ଦଳରେ ଟପ୍ ଅର୍ଡରରେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ପୃଥ୍ଵୀଙ୍କ ଅପେକ୍ଷା ଭଲ ଖେଳୁଛନ୍ତି' | ପଣ୍ଟିଙ୍ଗଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ପୃଥ୍ଵୀଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଅବଶିଷ୍ଟ ମ୍ୟାଚରେ ସୁଯୋଗ ଦିଆଯିବ। ଯେତେବେଳେ ରିକି ପଣ୍ଟିଙ୍ଗଙ୍କୁ ପଚରାଗଲା, 'ପୃଥ୍ଵୀ ସ ଦ୍ୱିତୀୟ ସୁଯୋଗ ପାଇବେ କି?'
ଏହି ପ୍ରଶ୍ନର ଉତ୍ତରରେ ପଣ୍ଟିଂ କହିଛନ୍ତି, 'ମୋତେ ଲାଗୁଛି ଯେ ୧୩ଟି ମ୍ୟାଚ ମଧ୍ୟରୁ ପୃଥ୍ଵୀ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି। ଅନେକ ଦଳର ଟପ୍ କ୍ରମରେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ପୃଥ୍ଵୀ ସଙ୍କ ଅପେକ୍ଷା ବହୁତ ଭଲ ଖେଳୁଛନ୍ତି | ଯଦି ରିକିଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଅବଶିଷ୍ଟ ମ୍ୟାଚରେ ପୃଥ୍ଵୀ ସ ଆଉ ସୁଯୋଗ ପାଇ ନ ପାରନ୍ତି | ଉଲ୍ଲେଖ ଥାଉ କି ଗତ ୨ ବର୍ଷରେ ପୃଥ୍ଵୀ ସଙ୍କ ଫର୍ମ କ୍ରମାଗତ ଭାବେ ହ୍ରାସ ପାଉଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ରେ ସେ ଦିଲ୍ଲୀ ପାଇଁ ଚମତ୍କାର ବ୍ୟାଟିଂ କରୁଥିବାବେଳେ ୪୭୯ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଏହା ପରେ ସେ ନିଜର ଫର୍ମ ବଜାୟ ରଖିପାରିନଥିଲେ । ଆଇପିଏଲ୍ ୨୦୨୨ରେ ସେ କେବଳ ୨୮୩ ରନ୍ ସ୍କୋର କରିଥିଲେ | ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ରେ ସେ ୬ଟି ମ୍ୟାଚ୍ରେ ସେ ମାତ୍ର ୪୬ ରନ୍ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବାଧିକ ସ୍କୋର ୧୫ ରନ୍ ଥିଲା। ତାଙ୍କର ଖରାପ ଫର୍ମ ଦେଖି ତାଙ୍କୁ ଦଳରୁ ଡ୍ରପ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/prithvi_shaw_ipl_2021_dc.webp)