ଆଇପିଏଲ୍‌ ପାଇଁ ଦିଲ୍ଲୀ କ୍ୟାପଟାଲ୍ସର ପ୍ରସ୍ତୁତି

ନୂଆଦିଲ୍ଲୀ : ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୩ ଦିନ ବାକିଥିଲା ବେଳେ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ, ସହକାରୀ ପ୍ରଶିକ୍ଷକ ଅଜିତ ଅଗରକର, ବରିଷ୍ଠ ପେସର୍‌ ଈଶାନ୍ତ ଶର୍ମା ଏବଂ ଓପ୍‌ନର ପୃଥ୍ବୀ ସ’ଙ୍କ ସହ ୱାର୍ଣ୍ଣର ନେଟ୍‌ସରେ ଆଲୋଚନା କରିଛନ୍ତି। ୱାର୍ଣ୍ଣର ନେଟ୍‌ସରେ ଅଧିକ ସମୟ ବିତାଇ ଦଳର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୬ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ନେତୃତ୍ବ ନେଇଥିବା ୱାର୍ଣ୍ଣର ଏବେ ଦିଲ୍ଲୀ ଦଳର ସଦସ୍ୟ। ନିୟମିତ ଅଧିନାୟକ ଋଷଭ ପନ୍ତ୍ ଆହତ ଯୋଗୁଁ ଆଇପିଏଲ୍‌ରୁ ଓହରି ଯାଇଥିବାରୁ ତାଙ୍କ ବଦଳରେ ୱାର୍ଣ୍ଣରଙ୍କୁ ନେତୃତ୍ବ ଭାର ମିଳିଛି। ୱାର୍ଣ୍ଣର ଗତ ଋତୁରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୨ ମ୍ୟାଚ୍‌ରୁ ୧୫୦ ଷ୍ଟ୍ରାଇକ୍‌ ରେଟ୍‌ରେ ୪୩୨ ରନ୍‌ କରିଥିଲେ। ମୋଟାମୋଟି ଭାବେ ସେ ଆଇପିଏଲ୍‌ରେ ବିରାଟ କୋହଲି ଏବଂ ଶିଖର ଧାୱନ୍‌ଙ୍କ ପରେ ତୃତୀୟ ସର୍ବାଧିକ ରନ୍‌ ସ୍କୋରର୍‌ ରହିଛନ୍ତି। କୋହଲି ୨୨୩ ମ୍ୟାଚ୍‌ରୁ ୬୬୨୪ ଏବଂ ଧାୱନ୍‌ ୨୦୬ ମ୍ୟାଚ୍‌ରୁ ୬୨୪୪ ରନ୍‌ କରିଥିଲା ବେଳେ ୱାର୍ଣ୍ଣର ୧୬୨ ମ୍ୟାଚ୍‌ ଖେଳି ୫୮୮୧ ରନ୍‌ କରିଛନ୍ତି।

Sky Sports

ପଦାର୍ପଣ ଅପେକ୍ଷାରେ ହାରି ବ୍ରୁକ୍‌
ଇଂଲଣ୍ଡ ବ୍ୟାଟିଂ ବିସ୍ମୟ ହାରି ବ୍ରୁକ୍‌ ଆଇପିଏଲ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଏଥର ତାଙ୍କୁ ୧୩.୨୫ କୋଟି ଟଙ୍କାରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) କିଣିଛି। ଗତ ଡିସେମ୍ବର ନିଲାମ ବେଳେ ରାଜସ୍ଥାନ ରୟାଲ୍ସ ସହ ଭିଡ଼ାଭିଡ଼ି ହେବା ପରେ ବ୍ରୁକ୍‌ଙ୍କୁ ହାଇଦ୍ରାବାଦ ନିଜ ପକ୍ଷକୁ ନେଇପାରିଥିଲା। ଫଳରେ ଦଳ ଆଗାମୀ ଆଇପିଏଲ୍‌ରେ ବ୍ରୁକ୍‌ଙ୍କ ବଳରେ କିଛି କରିସ୍ମା ଦେଖାଇବାକୁ ଲକ୍ଷ୍ୟ ରଖିଛି। ନିଜ ମୂଲ୍ୟର ଅବଦାନ ଦେବା ପାଇଁ ବ୍ରୁକ୍‌ ମଧ୍ୟ ଆଗଭର ଅଛନ୍ତି। ଆଇପିଏଲ୍‌ରେ ପଦାର୍ପଣ କରିବା ପୂର୍ବରୁ ହାଇଦ୍ରାବାଦରେ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଦଳର ଟ୍ରେନିଂ ସେସନ୍‌ରେ ବ୍ରୁକ୍‌ ବ୍ୟାଟିଂ କରୁଥିବା ଏବଂ ବଡ଼ ସଟ୍‌ ମାରୁଥିବା ଦେଖିବାକୁ ମିଳିଛି। ବ୍ରୁକ୍‌ଙ୍କର ସବୁଠୁ ବଡ଼ ପ୍ରଶଂସକ ହେଉଛନ୍ତି କିଂବଦନ୍ତି ୱେଷ୍ଟଇଣ୍ଡିଜ୍‌ କ୍ରିକେଟର ବ୍ରାଏନ୍‌ ଲାରା। ହାଇଦ୍ରାବାଦରେ ଲାରାଙ୍କଠୁ ମଧ୍ୟ ସେ ଟିପ୍ସ ନେଉଛନ୍ତି। ଏପରିକି ଆଇପିଏଲ୍‌ ନିଲାମ ବେଳେ ଲାରା ହିଁ ତାଙ୍କୁ କିଣିବାରେ ପ୍ରମୁଖ ଭୂମିକା ନେଇଥିଲେ। ବ୍ରୁକ୍‌ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ।

ସମ୍ବନ୍ଧିତ ଖବର