ଆଇପିଏଲ: ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୫୦ତମ ମ୍ୟାଚ୍‌ରେ ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ପାଳିରେ ଚେନ୍ନାଇ ୨୦ ଓଭରରେ ୫ ୱିକେଟ ହରାଇ ୧୩୬ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ ୧୯.୪ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍‌ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ୩୫ ବଲରେ ୩୯ ରନ୍‌ କରିିଥିବା ବେଳେ ଶିମ୍ରନ୍ ହେଟମାୟର ୧୮ ବଲରେ ୨୮ ରନ୍‌ କରି ଦିଲ୍ଲୀକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୨୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପ୍ରଥମରେ ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା।  ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୩୬ ରନ୍‌ କରିଥିଲା । ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟଡୁ ସର୍ବାଧିକ ୪୩ ବଲରେ ୫୫ ରନ୍‌ କରିଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୭ ବଲରୁ ୧୮ ରନ୍‌ ଓ ରବିନ୍‌ ଉଥାପ୍ପା ୧୯ ବଲରେ ୧୯ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିବା ବେଳେ ନଟେଜ୍‌, ଅଶ୍ୱିନ୍ ଓ ଆଭେଶ ଖାନ ୧-୧ ୱିକେଟ ନେଇଥି‌ଲେ।

ସମ୍ବନ୍ଧିତ ଖବର