ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣର ୧୯ତମ ମ୍ୟାଚ୍ କୋଲ୍କାତା ନାଇଟ୍ ରାଇଡର୍ସ ୪୪ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଛି। ୨୧୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା କୋଲକାତା ୧୯.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିପାରିଛି।
କୋଲକାତା ପାଇଁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ। ନୀତିଶ ରାଣା ୩୦ ରନ୍, ଆନ୍ଦ୍ରେ ରସଲ ୨୪ ରନ୍, ଭେଙ୍କଟେଶ ଆୟର ୧୮ ରନ୍ ଓ ସାମ୍ ବିଲିଙ୍ଗ୍ ୧୫ ରନ୍ କରିଥିବା ବେଳେ ମଧ୍ୟକ୍ରମ ଓ ପଛଧାଡ଼ିର ଖେଳାଳି ହତାଶ କରିଥିଲେ। ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ। ଖଲିଲ୍ ଅହମଦ୍ ୩ଟି, ଶାର୍ଦ୍ଦୁଲ ଠାକୁର ୨ଟି ଗୋଟି ଲଲିତ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
/sambad/media/post_attachments/wp-content/uploads/2022/04/KKR.jpg)
ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କୋଲକାତାର ଅଧିନାୟକ ଶ୍ରେୟସ ଆୟର ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୨୧୫ ରନ୍ କରିଥିଲା। ଫଳରେ କୋଲକାତାକୁ ୨୧୬ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।
ଦିଲ୍ଲୀ କ୍ୟାପିଟାଲ୍ସର ପାଳି ଆରମ୍ଭ କରିଥିଲେ ପୃଥ୍ଵୀ ସ’ ଓ ଡେଭିଡ୍ ଓ୍ଵାର୍ଣ୍ଣର। ଦଳର ଏହି ୨ ପ୍ରାରମ୍ଭିକ ବ୍ୟାଟ୍ର ପ୍ରଥମ ଓ୍ଵିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ। ପୃଥ୍ଵୀ ୨୯ଟି ବଲ୍ ଖେଳି ୭ଟି ଚୌକା ଓ ୨ଟି ଛକା ବଳରେ ୫୧ ରନ୍ କରିଥିଲେ। ସେହିପରି ୪୫ଟି ବଲ୍ ସାମ୍ନା କରି ଓ୍ଵାର୍ଣ୍ଣର ୬ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍ ଯୋଡ଼ିଥିଲେ। ଅଧିନାୟକ ଋଷଭ ପନ୍ତ ୧୪ଟି ବଲ୍ ଖେଳି ୨ଟି ଚୌକା ଓ ୨ ଛକା ବଳରେ ୨୭ ରନ୍ ସଂଗ୍ରହ କରିଥିଲେ।
ଦିଲ୍ଲୀର ଖେଳାଳି ୨ୟ ଓ୍ଵିକେଟ୍ରେ ମଧ୍ୟ ଭଲ ଭାଗିଦାରୀ ହୋଇଥିଲେ। ଓ୍ଵାର୍ଣ୍ଣର ଓ ଋଷଭ ପନ୍ତ ଦିଲ୍ଲୀର ଦ୍ୱିତୀୟ ଓ୍ଵିକେଟ୍ ବେଳକୁ ସ୍କୋର ୧୪୮ ରନ୍ରେ ପହଞ୍ଚାଇଥିଲେ। ମଧ୍ୟମ କ୍ରମର ଖେଳାଳି ଲଲିତ ଯାଦବ ୧ ରନ୍, ରୋଭମନ୍ ପାେଓ୍ଵଲ୍ ୮ ରନ୍ କରିଥିଲେ। ଅକ୍ଷର ପଟେଲଙ୍କ ବ୍ୟାଟ୍ରୁ ୨୨ ରନ୍ ମିଳିଥିବା ବେଳେ ଶାର୍ଦ୍ଦୁଲ ଠାକୁର ଅପରାଜିତ ୨୯ ରନ୍ କରିଥିଲେ। କୋଲକାତା ନାଇଟ୍ ରାଇଡର୍ସର ବୋଲର ସୁନୀଲ ନାରାୟଣଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/kkr1.jpg)