ଆଇପିଏଲ ୨୦୨୦: ୪୬ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୨୩ତମ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କଲା  ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ  ୮ ଓ୍ବିକେଟ ହରାଇ  ୧୮୪ ରନ କରିଥିଲା ଦିଲ୍ଲୀ। ୧୮୫ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ବ୍ୟାଟିଂ ଆରମ୍ଭ କରିଥିଲା ରାଜସ୍ଥାନ ରୟାଲ୍ସ। ହେଲେ ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ସଫଳ ବ୍ୟାଟିଂ କରିପାରି ନଥିଲେ। ଦିଲ୍ଲୀର ବୋଲରମାନଙ୍କୁ ଠିକ ଭାବେ ସାମ୍ନା କରିପାରି ନ ଥିଲେ।  ଦଳ ପକ୍ଷରୁ ଯଶଶ୍ୱୀ ଜୟସ୍ବାଲ୍ ୩୪, ରାହୁଲ ତେୱତିଆ ୩୮ ଓ ଷ୍ଟିଭେନ ସ୍ମିଥ ୨୪ କରିଥିଲେ । ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଦଳ ୧୯ ଓଭର ୪ବଲରେ ୧୩୮ ରନ କରି ଅଲଆଉଟ ହୋଇଥିଲା ।

ଆଜି ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ ଦିଲ୍ଲୀ ନିଜର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ପୃଥ୍ବୀ ସ ଓ ଶ୍ରେୟସ ଆୟର ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ । କିନ୍ତୁ ସ’ ୧୯ ରନ ଓ ଆୟର ୨୨ ରନ କରି ଆଉଟ ହେବା ପରେ ଦଳ ପୁଣି ବିପଦରେ ପଡ଼ିଥିଲା । ତେବେ ମାର୍କସ ଷ୍ଟୋଇନିସ୍ ଓ ସିମରନ ହେଟମେୟର ଦ୍ରୁତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଷ୍ଟଇନିସ ୩୯ ଓ ହେଟମେୟର ୪୫ ରନର ଯୋଗଦାନ ଦେଇଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ଦଳର ଟେଲଏଣ୍ଡରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ  । ଫଳରେ ୨୦ ଓଭରରେ ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା ଦିଲ୍ଲୀ।

ସମ୍ବନ୍ଧିତ ଖବର