ଆଇପିଏଲ : ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୩୩ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ପାଳି‌ରେ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ ହରାଇ ୧୩୪ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଦିଲ୍ଲୀ ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ମାତ୍ର ୨ ୱିକେଟ ହରାଇ ହାସଲ କରିଥିଲା।  ଦିଲ୍ଲୀ ପକ୍ଷରୁ ଶ୍ରେୟସ୍ ଆୟର ସର୍ବାଧିକ ୪୭ ରନ୍‌ କରିଥିବା ବେ‌ଳେ ଶିଖର ଧାୱନ ୪୨ ରନ୍‌ ଓ ରିଷଭ ପନ୍ତ ୩୫ ରନ୍‌ କରିଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଖାଲିଲ ଅହମ୍ମଦ ଓ ରସିଦ ଖାନ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୧୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ଶୀର୍ଷରେ ରହିଛି ।

ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ମାତ୍ର ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ଣ୍ଣର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ରିଦ୍ଧିମାନ ଶାହା ଓ କେନ ଓ୍ବିଲିୟମସନ୍ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତେବେ ଉଭୟ ବ୍ୟାଟ୍ସମ୍ୟାନ ୧୮ ରନ ଲେଖାଏଁ କରି ଆଉଟ ହୋଇଥିଲେ । ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଅବଦୁଲ ସମଦ ଓ ରସିଦ ଖାଁ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇ ନେଇଥିଲେ । ସମଦ ୨୮ ଓ ରସିଦ ୨୨ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୩୪ ରନ କରିଥିଲା ।

ସମ୍ବନ୍ଧିତ ଖବର