ବିସିସିଆଇର ଚୁକ୍ତି ହରାଇବା ପରେ ଏବେ ଆଇପିଏଲ୍‌ ଖେଳିବା ନେଇ ଅଡ଼ୁଆରେ ସାମି

କୋଲକାତା : କ୍ରିକେଟର ମହମ୍ମଦ ସାମିଙ୍କ ଅଡୁଆ କ୍ରମଶଃ ବଢ଼ିବଢ଼ି ଚାଲିଛି। ତାଙ୍କ ପତ୍ନୀ ହସିନା ସାମିଙ୍କ ବିରୋଧରେ ଘରୋଇ ହିଂସା ଏବଂ ବିବାହ ବାହାରେ ସଂପର୍କ ରଖିବା ଅଭିଯୋଗ ଆଣିବା ପରେ ସାମି ମାମଲା ଭିତରକୁ ଟାଣି ହୋଇ ଯାଉଛନ୍ତି। ଏହା ତାଙ୍କ ଖେଳ କ୍ୟାରିୟରରେ ମଧ୍ୟ ଅସୁବିଧା ସୃଷ୍ଟି କରିପାରେ।
ବିସିସିଆଇ ଚୁକ୍ତିନାମାରୁ ତାଙ୍କୁ ହଟାଇ ଦେଇଛି । ପୁଣି ଆଇପିଏଲ୍‌ ଖେଳିବା ନେଇ ତାଙ୍କର ସମସ୍ୟା ଦେଖାଦେଇପାରେ। ସୂତ୍ରରୁ ଜଣାପଡ଼ିଛି ବିସିସିଆଇ ଦ୍ୱାରା ଏ ମାମଲାରେ ଆଇନଗତ ନିର୍ଣ୍ଣୟ ନିଆଯିବା ପରେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡ଼େୟାର ଡ଼େଭିଲରେ ସାମିଙ୍କ ସ୍ଥାନ ରହିଛି କି ନାହିଁ ଜଣାପଡ଼ିବ ।

The Financial Express

ମହମ୍ମଦ ସାମିଙ୍କୁ ଆଇପିଏଲ୧୧ ପାଇଁ ଦିଲ୍ଲୀ ଡ଼େୟାର ଡ଼େଭିଲ ପକ୍ଷରୁ ୩ କୋଟି ଟଙ୍କାରେ କିଣା ଯାଇଥିଲା । ସାମିଙ୍କ ପତ୍ନୀଙ୍କ ଆରୋପ ପରେ କୋଲକତାର ଯାଦବପୁର ପୁଲିସ ତାଙ୍କ ବିରୋଧରେ ଆଇପିସି ଧାରା ୩୦୭(ହତ୍ୟାର ପ୍ରୟାସ ), ୪୯୮-ଏ(ମହିଳାଙ୍କ ପ୍ରତି ର୍ଦୁବ୍ୟବହାର) , ୩୭୬(ଦୁଷ୍କର୍ମ ) ଧାରା ଅନ୍ତର୍ଗତ ମାମଲା ରୁଜୁ କରିଛି। ଚାରି ଦିନ ପୂର୍ବେ ମାମଲା ରୁଜୁ କରାଯାଇଥିବା ବେଳେ ସାମିଙ୍କ ପତ୍ନୀ ତାଙ୍କର ମୋବାଇଲ ମେସେଜ , କଲ ଆଦିର ବିବରଣୀ ପୁଲିସ ଏବଂ ମିଡ଼ିଆକୁ ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର