ରିଷଭ ପନ୍ତଙ୍କ ଲଢୁଆ ବ୍ୟାଟିଂ, ମୁମ୍ବାଇ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ନୂଆଦିଲ୍ଲୀ : ସ୍ଥାନୀୟ ଫିରୋଜ ଶାହ କୋଟଲା ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୫ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଛି । ଦିଲ୍ଲୀର ଅଧିନାୟକ ଶ୍ରେୟାସ ଆୟାର ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ୩୦ ରନରେ ଓପନର ପୃଥିବୀ ଶ ଓ ୩୮ ରନରେ ଗ୍ଲେନ ମାକ୍ସେଓ୍ଵଲଙ୍କୁ ହରାଇଥିଲା । କିନ୍ତୁ ମଧ୍ୟକ୍ରମରେ ଆସିଥିବା ରିଷଭ ପନ୍ତ ଓ ବିଜୟ ଶଙ୍କର ଲଢୁଆ ବ୍ୟାଟିଂ କରିବା ସହ ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ପନ୍ତ ୪୪ ବଲରେ ୬୪ ଓ ଶଙ୍କର ୩୦ ବଲରେ ୪୩ ରନ କରିଥିଲେ । ଏହା ଫଳରେ ଦଳ ୪ ଓ୍ଵିକେଟ ହରାଇ ୧୭୪ ରନ ସଂଗ୍ରହ କରିପାରିଥିଲା । ଦିଲ୍ଲୀ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳି ୪ ବିଜୟ ସହ ମାତ୍ର ୮ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର