ଭୁବନେଶ୍ବର: ଚର୍ଚାର ଅଢ଼ୁଆଳରେ ରହିଥିବା ରାଜ୍ୟର ଭେଟେରାନ ମାରାଥନର୍ ଦୁଃଖିଶ୍ୟାମ ପାଢ଼ୀ ପୁଣି ଥରେ ଚମକ ଦେଖାଇଛନ୍ତି। ଗତ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ହାଫ୍ ମାରାଥନରେ ଏହି ୬୯ ବର୍ଷୀୟ ତାରକା ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧ ଘଣ୍ଟା ୪୬ ସେକେଣ୍ଡ୍ ସମୟ ନେଇ ଅଷ୍ଟମ ସ୍ଥାନରେ ରହିଥିଲେ ଏହାକୁ ଉଲ୍ଲେଖନୀୟ ବିବେଚନା କରାଯାଉଛି। ମୁଖ୍ୟ ବର୍ଗରେ ୩୫,୦୦୦ ପ୍ରତିଯୋଗି ଭାଗ ନେଇଥିଲେ। କେବଳ ୬୫ରୁ ୬୯ କିଲୋଗ୍ରାମ ବର୍ଗରେ ୧୨ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ଦୁଃଖିଶ୍ୟାମ ଅଷ୍ଟମରେ ରହି ପଦକ ଓ ପ୍ରମାଣପତ୍ର ପାଇଥିଲେ। ଜଣେ ୬୯ ବର୍ଷୀୟ ବ୍ୟକ୍ତି ପକ୍ଷେ ୨୧ କିଲୋମେିଟରକୁ ୨ ଘଣ୍ଟା ମଧ୍ୟରେ ଶେଷ କରିବା ନିଶ୍ଚିତ ପ୍ରଶଂସନୀୟ ପ୍ରଦର୍ଶନ। ଅଗଷ୍ଟ ମାସରେ ହାଇଦ୍ରାବାଦ ହାଫ୍ ମାରାଥନ୍ରେ ସେ କିନ୍ତୁ ଦ୍ବିତୀୟ ସ୍ଥାନ ଦଖଲ କରିଥିଲେ। ଗତବର୍ଷ ମଧୢ ଦୁଃଖିଶ୍ୟାମ ହାଇଦ୍ରାବାଦରେ ଦ୍ବିତୀୟ ଏବ˚ ୨୦୧୬ରେ ପ୍ରଥମ ସ୍ଥାନ ଦଖଲ କରିଥିଲେ ଏହି ବର୍ଗରେ। ଚଳିତ ବର୍ଷ ପ୍ରାରମ୍ଭରେ ଟାଟା ମୁମ୍ବାଇ ମାରାଥନ୍ରେ ଫୁଲ୍ ମାରାଥନ୍ରେ ୪୨.୨୦୦ ମିଟର୍ ଦୂରତାକୁ ୪ ଘଣ୍ଟା ୩୮ ମିନିଟ୍ ୧୧ ସେକେଣ୍ତ୍ରେ ଅତିକ୍ରମ କରି ଉଲ୍ଲେଖନୀୟଭାବେ ସପ୍ତମ ସ୍ଥାନରେ ରହି ମଧୢ ପଦକ ଓ ପ୍ରମାଣପତ୍ର ପାଇଥିଲେ।
ମାତ୍ର ୨ ବର୍ଷ ତଳେ ପେସାଦାର ମାରାଥନ୍ ଦୌଡ଼ରେ ପଦାର୍ପଣ କରିଥିବା ଦୁଃଖିଶ୍ୟାମ ଦେଶର ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ମାନର (ଏଆଇଏମ୍ଏସ, ଏଏଫ୍ଆଇ ଏବ˚ ଆଇଏଏଏଫ୍) ମୋଟ ୩୦ ମାରାଥନ୍ ପ୍ରତିଯୋଗିତାରେ ଭାଗନେବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ୨୦୧୬ ମସିହାର ଭୁବନେଶ୍ବର ଟାଟା ଷ୍ଟିଲ୍ ହାଫ୍ ମାରାଥନରୁ ଅଭିଯାନ ଆରମ୍ଭ କରି ଏବେ ଅନେକ ବାଟ ଆଗେଇଛନ୍ତି। ରାଜ୍ୟର ଆଗଧାଡ଼ିର ମାରାଥନ୍ ଧାବକ ବିବେକାନନ୍ଦ ତ୍ରିପାଠୀଙ୍କୁ ଅନୁସରଣ କରିଥିବା ଶ୍ରୀ ପାଢ଼ୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଦିଲ୍ଲୀ ହାଫ୍ ମାରାଥନ୍ରେ ଦୁଃଖିଶ୍ୟାମଙ୍କ ଶ୍ରେଷ୍ଠ ପ୍ରଦର୍ଶନ
/sambad/media/post_attachments/wp-content/uploads/2018/10/marathon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)