ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଆଜି କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗତଙ୍କୁ ଡବ୍ଲ୍ୟୁଏଫ୍ଆଇ (ଭାରତୀୟ କୁସ୍ତି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବାସଭବନକୁ ନେଇଛି। ମାମଲାରେ ବ୍ରିଜଭୂଷଣଙ୍କ ବିରୋଧରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେଣୁ ଏହି ତଦନ୍ତ ପରିସର ଅନ୍ତର୍ଗତ ଦିଲ୍ଲୀ ପୁଲିସ ସଙ୍ଗୀତା ଫୋଗତଙ୍କ ସହ ଘଟିଥିବା ଘଟଣାର ପୁନରାବୃତ୍ତି ପାଇଁ ତାଙ୍କୁ ବ୍ରିଜଭୂଷଣଙ୍କ ସରକାରୀ ବାସଭବନକୁ ନେଇଥିଲା। ସଙ୍ଗିତା ଫୋଗତ ଯେଉଁ ସ୍ଥାନରେ ନିର୍ଯାତନାର ଶିକାର ହୋଇଥିଲେ ସେହି ସ୍ଥାନକୁ ତାଙ୍କୁ ଯାଞ୍ଚ ପାଇଁ ନିଆଯାଇଥିଲା ଏବଂ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ କୁହାଯାଇଥିଲା। ଆଜି ଅପରାହ୍ନ ୧.୩୦ରେ ମହିଳା ପୁଲିସ ଅଫିସରମାନେ ସଙ୍ଗୀତା ଫୋଗଟଙ୍କୁ ବ୍ରିଜଭୂଷଣଙ୍କ ବାସଭବନ ନେଇ ଯାଇଥିଲେ। ସେଠାରେ ସେମାନେ ପ୍ରାୟ ଅଧଘଣ୍ଟା ରହିଥିଲେ।
ସଙ୍ଗୀତା ଫୋଗତଙ୍କୁ ବ୍ରିଜଭୂଷଣଙ୍କ ବାସଭବନକୁ ନେଲା ଦିଲ୍ଲୀ ପୁଲିସ
/sambad/media/post_attachments/wp-content/uploads/2023/06/gd56j4g6d54gjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)