ସୁଶୀଲଙ୍କ ଧରିବା ଲାଗି ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଛନ୍ଦିହୋଇ ଅଣ୍ଡରଗ୍ରାଉଣ୍ଡ୍‌ ହୋଇ ଯାଇଥିବା ଭାରତର ସଫଳତମ କୁସ୍ତି ତାରକା ସୁଶୀଲ କୁମାରଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ ତନାଘନା ଆରମ୍ଭ କରିଛି। ଶନିବାର ରୋହିଣୀର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା ବେଳେ ସୁଶୀଲଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଦିଲ୍ଲୀ ପୁଲିସ ଘୋ‌ଷଣା କରିଛି। ସୁଶୀଲଙ୍କ ସହଯୋଗୀ ଅଜୟ କୁମାରଙ୍କ ବିଷୟରେ ସୂଚନା ଲାଗି ପୂର୍ବରୁ ମୃତ କୁସ୍ତି ଯୋଦ୍ଧା ସାଗର ରାଣାଙ୍କ ପରିବାର ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରି ସାରିଛି। ଚଳିତ ମାସ ୪ ତାରିଖରେ କିଛି ବିରୋଧୀ କୁସ୍ତିଯୋଦ୍ଧାଙ୍କ ଆକ୍ରମଣରେ ସାଗର ପ୍ରାଣ ହରାଇଥିଲା ବେଳେ ତାଙ୍କର ଦୁଇ ଜଣ ବନ୍ଧୁ ଗୁରୁତର ଆହତ ହୋଇଥିଲେ। ଏହି ହତ୍ୟା ମାମଲାରେ ସୁଶୀଲ ଅନ୍ୟତମ ଅଭିଯୁକ୍ତ ଅଛନ୍ତି। ତେବେ ହତ୍ୟା କାଣ୍ଡପରଠାରୁ ସେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର