ନୂଆଦିଲ୍ଲୀ: ଚଳିତ ଆଇଏସ୍ଏଲ୍େର ବୁଧବାର ଦିଲ୍ଲୀ ଡାଇନାମସ୍ ଏବଂ ପୁନେ ସିଟି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ପଏଣ୍ଟ୍ ବାଣ୍ଟି ନେଇଛନ୍ତି। ଦିଲ୍ଲୀ ପକ୍ଷରୁ ରାଣା ଘାରାମୀ (୪୪ ମିନିଟ୍) ଏବଂ ପୁନେର ଡିଆଗୋ କାର୍ଲୋସ୍ (୮୮ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଓଡ଼ିଆ ତାରକା ଶୁଭମ୍ ଷଡ଼ଙ୍ଗୀ ଦିଲ୍ଲୀ ଡାଇନାମସର ପ୍ରତିନିଧିତ୍ବ କରି ମ୍ୟାଚ୍ର ଆହତ ସମୟରେ ପଡ଼ିଆକୁ ଓହ୍ଲାଇଥିଲେ। ଚଳିତ ବର୍ଷର ଆଇପିଏଲରେ ଶୁଭମଙ୍କର ଏହା ପ୍ରଥମ ମ୍ୟାଚ୍ ଥିଲା। କିଛି ସମୟ ଭିତରେ କିନ୍ତୁ ସେ ପ୍ରଭାବଶାଳୀ ପ୍ରଦର୍ଶନ କରି ଦିଲ୍ଲୀ ପାଇଁ ପେନାଲ୍ଟି ସୁଯୋଗ ସୃଷ୍ଟି କରିବାର ନିକଟତର ହୋଇ ଯାଇଥିଲେ। ତେବେ ଦିଲ୍ଲୀ ଅପିଲକୁ ରେଫରି ନାକଚ କରିବା ପରେ ଏଥିରୁ ବଞ୍ଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ବାଲେଶ୍ବର ଜିଲ୍ଲାର ମୂଳ ବାସିନ୍ଦା ଶୁଭମ ଭାରତୀୟ ୧୭ ବର୍ଷରୁ କମ୍ ସମ୍ଭାବ୍ୟ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିଲେ। ସେ ମଧ୍ୟ ଇରାନର ମହସାଦଠାରେ ୨୦୧୩ରେ ଆୟୋଜିତ ଏଏଫସି ୧୪ ବର୍ଷରୁ କମ୍ ପ୍ରତିଯୋଗିତାରେ ଭାରତର ପ୍ରତିିନଧିତ୍ବ କରିଥିଲେ। ଘରୋଇ ଫୁଟବଲର ଅନ୍ୟତମ ଉଦୀୟମାନ ତାରକା ଶୁଭମ ସଂପ୍ରତି ଦିଲ୍ଲୀରେ ରହୁଛନ୍ତି। ଦିଲ୍ଲୀ ଡାଇନାମସ୍ ଦଳର ପ୍ରଶିକ୍ଷକମାନଙ୍କୁ ନିଜ ପ୍ରଦଶର୍ନରେ ପ୍ରଭାବିତ କରିବା ପରେ ଏହି ଦଳ ପକ୍ଷରୁ ଆଇଏସଏଲ୍ ଖେଳୁଛନ୍ତି।
ଆଇଏସ୍ଏଲ୍-୧୮ରେ ଖେଳିଲେ ଶୁଭମ
ଦିଲ୍ଲୀ-ପୁନେ ପଏଣ୍ଟ୍ ବାଣ୍ଟିଲେ
/sambad/media/post_attachments/wp-content/uploads/2018/10/Shubham-Sarangi.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)