ନୂଆଦିଲ୍ଲୀ: ଆଇପିଏଲ୍ ଖେଳାଳି ନିଲାମର ଦୁଇ ଦିନ ପରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଡାହାଣହାତୀ ସ୍ପିନର ଜୟନ୍ତ ଯାବଦଙ୍କୁ ବିକି ଦେଇଛି। ଖେଳାଳି କିଣାବିକା ନିୟମରେ ଯାଦବଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଯାଦବ ୨୦୧୫ରୁ ଦିଲ୍ଲୀ ଦଳରେ ରହିଥିଲେ ମଧ୍ୟ ମାତ୍ର ୧୦ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ସେଥିରେ ସେ ୬.୫୩ ହାରରେ ୪ ୱିକେଟ୍ ନେଇଥିଲେ। ତଥାପି ଏହି ୨୮ ବର୍ଷ ବୟସ୍କ ଖେଳାଳିଙ୍କୁ ଦିଲ୍ଲୀ ନିଜ ପାଖରେ ରଖିଥିଲା। ହେଲେ ସଦ୍ୟ ନିଲାମରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ଅକ୍ଷର ପଟେଲ ଓ ଜଲଜ ସକ୍ସେନାଙ୍କୁ କିଣିବା ପରେ ଯାଦବଙ୍କୁ ରଖିବାକୁ ଚାହିଁନଥିଲା। ପୁଣି ଦଳରେ ଲେଗ୍ ସ୍ପିନର ଅମିତ୍ ଶର୍ମା ରହିଥିବାରୁ ଚୂଡାନ୍ତ ଏକାଦଶରେ ଯାଦବଙ୍କ ଖେଳିବା କଷ୍ଟକର ବୋଲି ଫ୍ରାଞ୍ଚାଇଜ୍ ଅନୁଭବ କରିଥିଲା। ଫଳରେ ତାଙ୍କୁ ବିକିବାର ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଏହି ଖେଳାଳିଙ୍କୁ କିଣିନେଇଛି। ହେଲେ କ୍ରୁନାଲ ପାଣ୍ଡ୍ୟା, ମୟଙ୍କ ମାର୍କଣ୍ଡେ, ଅନୁକୂଳ ରାୟ ଓ ରାହୁଲ ଚହରଙ୍କ ଭଳି ସ୍ପିନର ମୁମ୍ବାଇ ଦଳରେ ରହିଥିବାରୁ ଯାଦବଙ୍କୁ କିପରି ମୁମ୍ବାଇ ଖେଳାଇବ ତାହା ଆଶ୍ଚର୍ଯ୍ୟ କରିଛି। ଏଠାରେ ସୂଚନାଯୋଗ୍ୟ, ଖେଳାଳି କିଣାବିକା ପାଇଁ ଆଇପିଏଲ୍ ଆରମ୍ଭର ୩୦ ଦିନ ପୂର୍ବ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଜୟନ୍ତ ଯାଦବଙ୍କୁ ବିକିଲା ଦିଲ୍ଲୀ
/sambad/media/post_attachments/wp-content/uploads/2018/12/delhi_daredevils_has_a_new_name_1543935199_725x725.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)