ଚେନ୍ନାଇ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୨ ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୬୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଚେନ୍ନାଇ ଟସଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀର ଦୁଇ ଓପନର ପ୍‌ୃଥ୍ଵୀ ଶା ଓ ଶ୍ରେୟାସ ଆୟାର ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଦଳର ସ୍କୋର ୨୪ ରନ ହୋଇଥିବାବେଳେ ପ୍‌ୃଥ୍ଵୀ ଶାଙ୍କ ଓ୍ଵିକେଟ ହରାଇଥିଲା । ଶା ମାତ୍ର ୧୭ ରନ କରିଥିଲେ । ତେବେ ରିଷଭ ପନ୍ତ ଓ ଶେୟାସ ଆୟାର ଦଳର ଇନିଂସକୁ ଆଗେଇ ନେଇଥିଲେ । ରିଷଭ ୨୬ ବଲରେ ୩୮ ଓ ଶ୍ରେୟାସ ୨୨ ବଲରେ ୧୯ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିଜୟ ଶଙ୍କର ୩୬ ରନ ଓ ହର୍ଷଲ ପଟେଲ ୩୬ ରନ କରି ଦଳର ସ୍କୋରକୁ ୨୦ ଓଭରରେ ୧୬୨/୫ରେ ପହଞ୍ଚାଇଥିଲେ । ଏଥରର ଆଇପିଏଲରେ ଦିଲ୍ଲୀ ନିଜର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରଖି୧୨ଟି ମ୍ୟାଚରେ ମାତ୍ର ୩ଟ ି ଜିତି ୬ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ତଳେ ରହିଛି । ଅନ୍ୟପକ୍ଷରେ ଚେନ୍ନାଇ ୧୨ଟି ମ୍ୟାଚରୁ ୮ ବିଜୟ ସହ ୧୬ ପଏଣ୍ଟ ପାଇ ପ୍ଲେଅପ ଖେଳିବା ଏକରକମ ନିଶ୍ଚିତ କରିଛି ।

ସମ୍ବନ୍ଧିତ ଖବର