ଶ୍ରେୟସ ଆୟରଙ୍କ ଧୂଆଁଧାର ବ୍ୟାଟିଂ, ଦିଲ୍ଲୀ ଆଗରେ ୨୨୯ ରନର ବିଶାଳ ଲକ୍ଷ୍ୟ ରଖିଲା କୋଲକାତା

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ଆଗରେ ୨୨୯ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ।

କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଦୁଇ ଓପନର ପୃଥ୍ଵୀ ସ’ ଓ ଶିଖର ଧଓ୍ଵନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୫୬ ରନ କରିଥିଲେ । ଧଓ୍ଵନ ୧୬ ରନ ଓ ସ’ ୬୬ ରନ କରି ଆଉଟ ହୋଇଥିଲେ । ତେବେ ୩ୟ ସ୍ଥାନରେ ଆସିଥିବା ଶ୍ରେୟସ ଆୟର ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୮ ବଲରୁ ୬ ଛକା ଓ ୭ ଚୌକା ସହ ଅପରାଜିତ ୮୮ ରନ କରିଥିଲେ । ଋଷଭ ପନ୍ଥ ମଧ୍ୟ ମାତ୍ର ୧୭ ବଲରେ ୩୮ ରନ କରିଥିଲେ । ଏହା ଫଳରେ ଦିଲ୍ଲୀ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୨୨୮ ରନ କରିଥିଲା ।

ଆଇପିଏଲରେ ଏପର୍ଯ୍ୟନ୍ତ କୋଲକତା ଦଳ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି । ଏହି ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର