ଦିଲ୍ଲୀ ଟେଷ୍ଟ: ଶ୍ରୀଲଙ୍କାର ଦୃଢ଼ ଜବାବ, ମାଥ୍ୟୁଜଙ୍କ ଶତକ, ଶ୍ରୀଲଙ୍କା ୨୭୦/୪

ଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳା ଯାଉଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟରେ ଭାରତକୁ ଦୃଢ଼ ଜବାବ ଦେଇଛି ଶ୍ରୀଲଙ୍କା। ୧୩୧/୩ରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳ ଆଜି ସତର୍କତାର ସହିତ ଖେଳି ଦଳୀୟ ସ୍କୋରକୁ ୨୫୦ ଉପରକୁ ନେଇଛିି। ଗତକାଲି ଅପରାଜିତ ଥିବା ମାଥ୍ୟୁଜ ଆଜି ଶତକ ହାସଲ କରିଥିବା ବେଳେ ତାଙ୍କୁ ପୂର୍ଣ୍ଣ ସହାୟତା ଯୋଗାଇ ଦେଇଛନ୍ତି ଅଧିନାୟକ ଚାନ୍ଦିମାଲ। ଚାନ୍ଦିମାଲ ମଧ୍ୟ ଶତକ ଅର୍ଜନ କରିଛନ୍ତି। ଉଭୟ ୮୦ ଓଭର ଖେଳି ୧୭୮ ରନ୍‌ର ପାର୍ଟନରସିପ୍‌ କରି ଭାରତୀୟ ଶିବିରର ଆଶା ଉପରେ ପାଣି ପକାଇ ଦେଇଥିଲେ । ତେବେ ରବିଚନ୍ଦ୍ରନ ଅଶ୍ୱିନ ମାଥ୍ୟୁଜଙ୍କୁ ୧୧୧ ରନ୍‌ରେ ଆଉଟ୍‌ କରିବା ପରେ ଭାରତୀୟ ଶିବିର ପୁଣି ଉତ୍ସାହିତ ହୋଇ ପଡ଼ିଛି।
ଗତକାଲି ୧୩୧ ରନ୍‌ରେ ତିନିଟି ଓ୍ଵିକେଟ ହରାଇ ସଙ୍କଟରେ ଥିବା ଶ୍ରୀଲଙ୍କା ଦଳ ମାଥ୍ୟୁଜ୍‌ ଓ ଚାନ୍ଦିମାଲଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂର ଫାଇଦା ନେଇଛି। ଦଳ ଆଜି ଗୋଟିଏ ଓ୍ଵିକଟେ ହରାଇ ସଂଗ୍ରହ କରିଛି ୨୭୦ରନ। ଦଳ ପକ୍ଷରୁ ମାଥ୍ୟୁ ୧୧୧ ରନ( ୧୪ଟି ଚୌକା, ୨ଟି ଛକା) କରି ଆଉଟ୍‌ ହେବା ପରେ ସମରବିକ୍ରମାଙ୍କୁ ସାଥୀ କରି ଚାନ୍ଦିମାଲ ଖେଳୁଛନ୍ତି। ଚାନ୍ଦିମାଲ ଶତକ ଠାରୁ ମାତ୍ର ୨ ରନପଛରେ ( ୯୮ ରନ୍‌,୧୩ଟି ଚୌକା) ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ଦଳ ଚା ପାନ ବିରତି ସୁଦ୍ଧା ୪ ଓ୍ଵିକେଟ ହରାଇ ସଂଗ୍ରହ କରିଛନ୍ତି ୨୭୦ ରନ୍‌। ଏବେ ବି ଦଳ ବର୍ତ୍ତମାନ ୨୬୬ ରନ୍‌ ପଛରେ ରହି ବ୍ୟାଟିଂ କରୁଛି।

ସମ୍ବନ୍ଧିତ ଖବର