ଦିଲ୍ଲୀ ଓ ବିଶାଖାପାଟଣା ବିଜୟୀ

ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତସ୍ଥିତ ଟିଲୋ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଟିଲୋ ହନୁମାନଜିଉ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ଗ୍ରୁପ୍‌ ‘ସି’ ପ୍ରଥମ ମ୍ୟାଚ୍‌ରେ ଏୟାରଫୋର୍ସ ଦିଲ୍ଲୀ ବିଜୟୀ ହୋଇଛି। ବୁଧବାର ଏହି ମ୍ୟାଚ୍‌ରେ ଦିଲ୍ଲୀ ଦଳ ୮ ଓ୍ଵିକେଟ୍‌ରେ ଚିଟାଗଙ୍ଗ ବାଂଲାଦେଶକୁ ହରାଇ ଦେଇଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ବିଶାଖାପାଟଣା ରେଳବାଇ ୬ ଓ୍ଵିକେଟ୍‌ରେ ଟାଟା ପାଓ୍ଵାର ମୁମ୍ବାଇକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଦଳ ୧୬.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ମାତ୍ର ୫୪ ରନ୍‌ କରିଥଲା। ଓସ୍‌ମାନ ଗନି ୩ ଛକା ବଳରେ ୨୪ ରନ୍‌ କରିଥିଲେ । ଦିଲ୍ଲୀ ଦଳର ସଦନ୍‌ ନାଜାର, ନିତିନ୍‌ ଯାଦବ ଓ ରାଜବାହାଦୁର ପାଲ୍‌ ୨ ଲେଖାଏଁ ଓ୍ଵିକେଟ ନେଇଥିଲେ। ଜବାବରେ ଦିଲ୍ଲୀ ଦଳ ୫.୧ ଓଭରରେ ୨ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ନବନିତ ସିଂ ୨ ଛକା ଓ ୩ ଚୌକା ବଳରେ ୨୪ ରନ୍‌ ଓ ଶଶାଙ୍କ ଶର୍ମା ୧ ଛକା ଓ ୨ ଚୌକା ବଳରେ ୧୫ ରନ୍‌ କରିଥିଲେ। ବାଂଲାଦେଶ ପକ୍ଷରୁ ତହମିଦ୍‌ ୨ ଓ୍ଵିକେଟ୍‌ ନେଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ମୁମ୍ବାଇ ଦଳ ୨୦ ଓଭରେ ୯ ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା । କୌସ୍ତୁଭ ୩୦, ପ୍ରଫୁଲ୍ଲ ୱାଗଲେ ୨୮ ଓ ଅର୍ଜୁନ ସେଟ୍ଟୀ ୪୦ ରନ୍‌ କରିଥିଲେ। ବିଶାଖାପାଟନା ଦଳର ସି.ଏଚ ଯୋଗେଶ ୨ ଓ ମଧୁସୂଦନ ରାଉତ ୩ ଓ୍ଵିକେଟ ନେଇଥିଲେ। ଜବାବରେ ବିଶାଖାପାଟନା ଦଳ ୧୭.୪ ଓଭରେ ୪ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ କରିନେଇଥିଲା। ସିଏଚ ଯୋଗେଶ ୪୩, ଏମ୍‌ଏସ ଦୀପକ ୩୩ ରନ୍‌ କରିଥିଲେ। ସି.ଏଚ୍‌ ଯୋଗେଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସଞ୍ଜୀବ ବେହେରା ଓ ସେକ୍‌ ୟାକତ୍‌ ଅଲ୍ଲୀ ମ୍ୟାଚ୍‌ ପରିଚାଳନା କରିଥିଲେ। ସଞ୍ଜୟ ମଜୁମଦାର, ସୁଶାନ୍ତ ଜେନା ଭାଷ୍ୟକାର, ରାଜେଶ କୁମାର ନାଥ ଓ ଶମ୍ଭୁନାଥ ମହାନ୍ତି ସୌରଭ ଦାସ ସ୍କୋରର ରହିଥିଲେ । ପ୍ରାକ୍ତନ ସରପଞ୍ଚ ପଙ୍କଜିନୀ ଲେଙ୍କା, ସମାଜସେବୀ ଶଶିକାନ୍ତ ସାହୁ, ବିଜେପି ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳ ଓ ଡଃ ପ୍ରଦୀପ ନାୟକ, ରମେଶ ବେହୁରିଆ ଅତିଥି ଭାବେ ଯୋଗଦେଇଥିଲେ। ହରେରାମ ସାହୁ, ପ୍ରକାଶ ସାହୁ, ରାଜେନ୍ଦ୍ର ଧଳ, ଉଦୟ ବିଶ୍ୱାଳ, ପ୍ରେମାନନ୍ଦ ବେହେରା, ଶଙ୍କର୍ଷଣ ଧଳ, ଦୀପୁ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର