ଚେନ୍ନାଇକୁ ୩୪ ରନରେ ହରାଇଲା ଦିଲ୍ଲୀ 

ନୂଆଦିଲ୍ଲୀ : ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୨ ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ଚେନ୍ନାଇ ସୁପରକିଙ୍ଗସକୁ ୩୪ ରନରେ ହରାଇଦେଇଛି । ଦିଲ୍ଲୀ ଦ୍ୱାରା ରଖାଯାଇଥିବା ୧୬୩ ରନ ଜବାବରେ ଚେନ୍ନାଇ ୬ ୱିକେଟ ହରାଇ ମାତ୍ର ୧୨୮ ରନ କରିପାରିଥିଲା । ଚେନ୍ନାଇ ଦଳ ପକ୍ଷରୁ ରାୟଡୁ ସର୍ବାଧିକ ୫୦ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ରା ଓ ବୋଲଫ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଏହା ପୂର୍ବରୁ ଚେନ୍ନାଇ ଟସଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀର ଦୁଇ ଓପନର ପୃଥିବୀ ଶା ଓ ଶ୍ରେୟାସ ଆୟାର ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଦଳର ସ୍କୋର ୨୪ ରନ ହୋଇଥିବାବେଳେ ପୃଥିବୀ ଶାଙ୍କ ୱିକେଟ ହରାଇଥିଲା । ଶା ମାତ୍ର ୧୭ ରନ କରିଥିଲେ । ତେବେ ରିଷଭ ପନ୍ତ ଓ ଶେୟାସ ଆୟାର ଦଳର ଇନିଂସକୁ ଆଗେଇ ନେଇଥିଲେ । ରିଷଭ ୨୬ ବଲରେ ୩୮ ଓ ଶ୍ରେୟାସ ୨୨ ବଲରେ ୧୯ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିଜୟ ଶଙ୍କର ୩୬ ରନ ଓ ହର୍ଷଲ ପଟେଲ ୩୬ ରନ କରି ଦଳର ସ୍କୋରକୁ ୨୦ ଓଭରରେ ୧୬୨/୫ରେ ପହଞ୍ଚାଇଥିଲେ । ଏଥରର ଆଇପିଏଲରେ ଦିଲ୍ଲୀ ୧୩ ଟି ମ୍ୟାଚରେ ମାତ୍ର ୪ଟି ଜିତି ୮ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ଚେନ୍ନାଇ ୧୩ଟି ମ୍ୟାଚରୁ ୮ ବିଜୟ ସହ ୧୬ ପଏଣ୍ଟ ପାଇ ପ୍ଲେଅପ ଖେଳିବା ଏକରକମ ନିଶ୍ଚିତ କରିଛି ।
ସମ୍ବନ୍ଧିତ ଖବର