ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲସ୍‌କୁ ୪୦ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ୪୦ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ଦ୍ୱିତୀୟ ପାଳିରେ ୧୬୯ ରନ୍‌ର ପିଛା କରି ପ୍ରଥମରୁ ଦିଲ୍ଲୀ ଭଲ ବ୍ୟାଟିଂ କରିଥିଲା କିନ୍ତୁ ୪୯ ରନ୍‌ରେ ଶିଖର ଧ୍ୱାଓନ ଆଉଟ ହେବା ପରେ ଦ୍ୱିଲ୍ଲୀ ତାର ବ୍ୟାଟିଂ ସନ୍ତୁଳନ ହରାଇଥିଲା ଫଳରେ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୨୮ ରନ୍‌ କରିଛି । ଦିଲ୍ଲୀର ସ୍କୋର ୫୯ ରନ୍‌ ଥିବା ବେଳେ ପୃଥିବ ସ ୬୧ ରନ୍‌ରେ ମୁନରୋ ଓ ୬୩ ରନ୍‌ରେ ସେୟଶ ଆୟର ଆଉଟ ହୋଇ ପାଭିଲିୟନ ଫେରିଥିଲେ । ମୁମ୍ବାଇ ପକ୍ଷରୁ ରାହୁଲ ଚହର ୩ ଟି ଓ୍ଵିକେଟ ନେଇଥିବା ବେଳେ ଯଶପ୍ରିତ୍‌ ବୁମହରା ୨ଟି ଓ୍ଵିକେଟ ଓ ଲସିଥ୍‌ ମାଲିଙ୍ଗା, କୁନାଲ ପାଣ୍ଡ୍ୟା, ହାର୍ଦ୍ଧିକ ପାଣ୍ଡ୍ୟା ୧-୧ ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୨ ପଏଣ୍ଟ ହାସଲ କରି ଟେବୁଲ ତାଲିକାର ଦ୍ୱିତୀୟରେ ରହିଛି ।

ପ୍ରଥମ ପାଳିରେ ମୁମ୍ବାଇର ଦଳର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡିକକ ଦଳକୁ ଏକ ଦୃଢ ଭିତ୍ତି ପ୍ରଦାନ କରିଥିଲେ । ରୋହିତ ୩୦ ଓ ଡିକକ ୩୬ ରନ କରିଥିଲେ । ଇଂନିଂସ ଶେଷ ବେଳକୁ ଦୁଇ ଭାଇ କୁନାଲ ପାଣ୍ଡ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟା ଲଢୁଆ ଖେଳ ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ୧୬୮ ରନରେ ପହଞ୍ଚାଇଥିଲେ । କୁନାଲ ପାଣ୍ଡ୍ୟା ୩୭ ରନ ଓ ହାର୍ଦ୍ଦିକ ୩୨ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ୨ଟି ଓ ଅମିତ ମିଶ୍ର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର