ରାଜସ୍ଥାନକୁ ୮ ୱିକେଟରେ ପରାସ୍ତ କଲା ଦିଲ୍ଲୀ

ମୁମ୍ବାଇ: ମୁମ୍ବାଇର ଡ.ଡିଓ୍ବାଇ ପାଟିଲ ସ୍ପୋର୍ଟ ଏକାଡେମୀଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନକୁ ୮ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୬୧ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ୨ ୱିକେଟ ହରାଇ ୧୬୧ ରନ୍‌ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ ୮୯ ରନ୍‌ ଓ ଡେଭିଡ ୱାର୍ଣ୍ଣର ୫୨ ରନ୍‌ କରିଥିବା ବେଳେ ରିଷଭ ପନ୍ତ ୧୩ ରନ୍‌ କରି ଦିଲ୍ଲୀକୁ ବିଜୟ ଦେଇଥିଲେ । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୧-୧ ୱିକଟେ ନେଇଥିଲେ । ଦିଲ୍ଲୀ ଏହି ମ୍ୟାଚରେ ବିଜୟ ସହ ୧୨ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।

ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୬୦ ରନ କରିଥିଲା । ଦଳର ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜସ ବଟଲର ଅଳ୍ପ ରନ କରି ଆଉଟ ହେବା ପରେ ଆସିଥିବା ରବିଚନ୍ଦ୍ରନ ଅଶ୍ବୀନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୮ ବଲରୁ ୫୦ ରନ କରିଥିଲେ । ଦେବଦତ୍ତ ପଡିକଲ ମଧ୍ୟ ୪୮ ରନ କରି ଅଶ୍ବୀନଙ୍କୁ ସହାୟତା କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ବ୍ୟାଟିଂ ପୁଣି ଭୁଷୁଡ଼ିପଡିଥିଲା । ଦିଲ୍ଲୀ ପକ୍ଷରୁ ଚେତନ ସାକାରିଆ, ଅନରିଚ ନୋରଜେ ଓ ମିଚେଲ ମାର୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର