ସୁପର ଓଭରରେ ହାଇଦ୍ରାବାଦକୁ ପରାସ୍ତ କଲା ଦିଲ୍ଲୀ

ଚେନ୍ନାଇ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)୨୦୨୧ର ୨୦ତମ ମ୍ୟାଚରେ ସୁପର ଓଭରରେ ହାଇଦ୍ରାବାଦକୁ ପରାସ୍ତ କଲା ଦିଲ୍ଲୀ । ହାଇଦ୍ରାବାଦ ସୁପର ଓଭରରେ ୭ ରନ୍‌ କରିିଥିବା ବେଳେ ଦିଲ୍ଳୀ ୮ ରନ୍‌ କରି ବିଜୟ ହାସଲ କରିଛି । ଏହି ବିଜୟ ସହ ଦିଲ୍ଲୀ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୨ୟରେ ରହିଛି ।

ପୂର୍ବରୁ ହାଇଦ୍ରାବାଦ ୧୬୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୧୫୯ ରନ୍‌ କରିଥିଲେ । ହାଇଦ୍ରାବାଦ ପକ୍ଷରୁ କେନ୍ ୱିଲିୟମ୍ସନ୍ ସର୍ବାଧିକ ୬୬ ରନ୍‌ କରିଥିବା ବେଳେ ଜନି ବେୟାରଷ୍ଟୋ ୩୮ ରନ୍‌ କରିଥିଲେ । ଶେଷରେ ଜଗଦେଶା ସୁଚିଥ୍  ୬ ବଲ୍‌ରେ ୧୪ ରନ୍‌ କରି ମ୍ୟାଚ୍‌କୁ ଟାଇ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଆଭେଶ ଖାନ ୩ ୱିକେଟ ନେଇଥିବା ବେଳେ ଅମିତ୍‌ ମିଶ୍ରା ଗୋଟେ ୱିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର