କୋଲ୍କାତା: ଉନ୍ମୁକ୍ତ ଚାନ୍ଦଙ୍କ ଅର୍ଧଶତକ ପରେ ବୋଲରଙ୍କ କମାଲ ବଳରେ ଦିଲ୍ଲୀ ପ୍ରଥମ ଥର ଲାଗି ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫି କରାୟତ କରିନେଇଛି। ଶନିବାର ଫାଇନାଲ୍ରେ ଦିଲ୍ଲୀ ୪୧ ରନ୍ରେ ରାଜସ୍ଥାନକୁ ପରାସ୍ତ କରିଦେଇଛି। ପ୍ରତିଯୋଗିତାରେ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଚାନ୍ଦ ୫୩ ରନ୍ କରିଥିଲା ବେଳେ ଗୌତମ ଗମ୍ଭୀର ୨୭ ଓ ଋଷଭ ପନ୍ତ୍ ୧୩ ରନ୍ କରିଥିଲେ। ଦିଲ୍ଲୀ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୩ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରରେ ୧୧୨ ରନ୍ କରିପାରିଥିଲା। ଆଦିତ୍ୟ ଅଗ୍ରଓ୍ଵାଲ୍ ୫୨ ରନ୍ କରିଥିଲା ବେଳେ ପ୍ରଦୀପ ସାଙ୍ଗ୍ଓ୍ଵନ୍ (୨/୧୪), ପଓ୍ଵନ୍ ନେଗୀ (୨/୨୧) ଓ କୁଲ୍ଓ୍ଵନ୍ତ ଖେଜ୍ରୋଲିୟା (୨/୨୪) ଚମତ୍କାର ବୋଲିଂ କରି ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ।
ଦିଲ୍ଲୀ ଜିତିଲା ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି
/sambad/media/post_attachments/wp-content/uploads/2018/01/cricket-1-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)