ଆଇପିଏଲ : ରାଜସ୍ଥାନକୁ ୩୩ ରନରେ ହରାଇଲା ଦିଲ୍ଲୀ

ଆବୁଧାବି : ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି । ରାଜସ୍ଥାନର ଅଧିନାୟକ ସଂଜୁ ସାମସନଙ୍କ ଲଢୁଆ ଅର୍ଦ୍ଧଶତକ ବି ଦଳକୁ ପରାଜୟରୁ ରକ୍ଷା କରିପାରିନାହିଁ ।

ଆଜି ମ୍ୟାଚରେ ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ  କରିଥିଲା । ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ୪୩, ହେଟମେୟର ୨୮ ରନ କରିଥିଲେ । ୧୫୫ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୨୧ରନ ହିଁ କରିପାରିଥିଲା ।  ରାଜସ୍ଥାନର ଅଧିନାୟକ ସଂଜୁ ସାମସନ ଲଢୁଆ ୭୦ ରନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ନିଜ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ ।

ଆଜିର ବିଜୟ ସହ ୧୬ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିଯାଇଛି ।

ସମ୍ବନ୍ଧିତ ଖବର