ଆଇପିଏଲ : ହାଇଦ୍ରାବାଦକୁ ୨୧ରନରେ ପରାସ୍ତ କଲା ଦିଲ୍ଲୀ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ହାଇଦ୍ରାବାଦକୁ ୨୧ ରନରେ ପରାସ୍ତ କରିଛି ଦିଲ୍ଲୀ । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୨୦୮ରନର ବିଜୟ ଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ୮ ଓ୍ବିକେଟ ହରାଇ ୧୮୬ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ନିକୋଲାସ ପୁରନ ୬୨, ଏଇଡେନ ମାର୍କରାମ ୪୨ ଓ ରାହୁଲ ତ୍ରିପାଠୀ ୨୨ରନ କରିଥିଲେ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୭ ରନ କରିଥିଲା । ଏହି ମ୍ୟାଚରେ ଦିଲ୍ଲୀ ଦଳର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ବ୍ୟାଟର ଚମକ ଦେଖିବାକୁ ମିଳିଛି । ସେ ମାତ୍ର ୫୮ଟି ବଲରୁ ବିସ୍ଫୋରକ ୯୨ ରନ କରିଥିଲେ । ସେହିପରି ମଧ୍ୟଭାଗ ବ୍ୟାଟ୍ସମ୍ୟାନ ରଭମାନ ପାଓ୍ବେଲ ବି ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୫ଟି ବଲରୁ ୬ ଛକା, ୩ ଚୌକା ସହ ୬୭ରନ କରିଥିଲେ ।
ଦିଲ୍ଲୀର ବ୍ୟାଟ୍ସମ୍ୟାନଙ୍କ ଆଗରେ ହାଇଦ୍ରାବାଦର ବୋଲରମାନେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ବର କୁମାର, ସିନ ଆବଟ, ଶ୍ରେୟାସ ଗୋପାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର