ଆଇପିଏଲ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ 

ନୂଆଦିଲ୍ଲୀ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି ।  ଏହି ମ୍ୟାଚରେ  ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ରାଜସ୍ଥାନ ଦଳ ୭ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ  ୫ ବିଜୟ ୨ ପରାଜୟ ସହ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବାବେଳେ ରାଜସ୍ଥାନ ୩ ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଆଉଏକ ଗୁରୁତ୍ୱପୂର୍ଣ୍ଣ ତଥା ରୋଚକ କଥା ହେଉଛି ଦିଲ୍ଲୀ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚରେ ପଛରେ ବ୍ୟାଟିଂ କରି ଜିତି ନାହିଁ । ଏଣୁ ପ୍ରଥମେ ବ୍ୟାଟିଂ କରିବା ଦିଲ୍ଲୀ ପାଇଁ ସୁବିଧାଜନକ ହେବା ଆଶା କରାଯାଉଛି ।

ଆଜି ଦିଲ୍ଲୀ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ହର୍ଷଲ ପଟେଲଙ୍କ ସ୍ଥାନରେ ତୁଷାର ଦେଶପାଣ୍ଡେ ଦଳରେ ସାମିଲ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର