ଆଇପିଏଲ : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ : ଚଳିତ ଆଇପିଏଲର ୩୮ତମ ମ୍ୟାଚ ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏଥିରେ ଦିଲ୍ଲୀ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲରେ ଦିଲ୍ଲୀ ଦଳ ଚମତ୍କାର ପ୍ରଦର୍ଶନ କରିଚାଲିଛି । ଦଳ ଏପର୍ଯ୍ୟନ୍ତ ମୋଟ ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବାବେଳେ ୨ଟିରେ ପରାଜୟ ବରଣ କରିଛି । ଫଳରେ ଦଳ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ପଞ୍ଜାବ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୯ଟି ମ୍ୟାଚ ଖେଳି ୩ ବିଜୟ ଓ ୬ ପରାଜୟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ତେବେ ଗତ ମ୍ୟାଚରେ ମୁମ୍ବାଇକୁ ହରାଇବା ପରେ  ଏହି ଦଳର ଆତ୍ମବିଶ୍ବାସ ବଢିଯାଇଛି ।

ସମ୍ବନ୍ଧିତ ଖବର