ଆଇପିଏଲ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୭ ତମ ମ୍ୟାଚ ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ  ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଚମକପ୍ରଦ ପ୍ରଦର୍ଶନ କରିଛି । ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୭ ବିଜୟ ୪ ପରାଜୟ ସହ ୧୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ମାତ୍ର ହାଇଦ୍ରାବାଦ ଦଳ ୧୧ଟି  ମ୍ୟାଚ ଖେଳି ୪ ବିଜୟ ୭ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ଆଜିର ମ୍ୟାଚ ପାଇଁ ଦିଲ୍ଲୀ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବାବେଳେ ହାଇଦ୍ରାବାଦ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ହାଇଦ୍ରାବାଦ ଦଳରେ ଆଜି କେନ୍ ଓ୍ବିଲିୟମସନ, ଶାହବାଜ ନଦୀମ ଓ ଋଦ୍ଧିମାନ ଶାହା ଖେଳୁଛନ୍ତି । ସେମାନେ ଜନି ବେୟାରଷ୍ଟୋ, ପ୍ରିୟମ ଗର୍ଗ ଓ ଖଲିଲ ଅହମ୍ମଦଙ୍କ ସ୍ଥାନରେ ଖେଳୁଛନ୍ତି ।

ସମ୍ବନ୍ଧିତ ଖବର