ଆଇପିଏଲ ଫାଇନାଲ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଦିଲ୍ଲୀ ଦଳ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଦିଲ୍ଲୀ ୧୪ଟି ମ୍ୟାଚ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଫାଇନାଲରେ ପହଞ୍ଚିଛି । ଏହି ଦଳ କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀକୁ ହରାଇଥିଲା । ଅନ୍ୟପକ୍ଷରେ ଦିଲ୍ଲୀ ଦଳ ଲିଗ ପର୍ଯ୍ୟାୟରେ ୧୪ଟି ମ୍ୟାଚ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇଥିଲା । ତେବେ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇଠାରୁ ହାରିବା ପରେ ଦିଲ୍ଲୀ ଏଲିମିନେଟରରେ ହାଇଦ୍ରାବାଦକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର