ଡେଲ୍ଫ ବାପା ହେଲେ

ଲଣ୍ଡନ: ଇଂଲଣ୍ଡ ମଧ୍ୟଭାଗ ଖେଳାଳି ଫାଭିଆନ ଡେଲ୍ଫ ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ପତ୍ନୀ ନାତାଲି ଗର୍ଭବତୀ ଥିବାରୁ ବେଲଜିୟମ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ ପରାଜୟ ପରେ ସେ ସ୍ୱଦେଶ ଫେରିଥିଲେ। ସୋମବାର ନାତାଲି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ତାଙ୍କ ପାଖରେ ରହିବା ଲାଗି ଡେଲ୍ଫ ସ୍ୱିଡେନ୍‌ ବିପକ୍ଷ ପ୍ରି-କ୍ୱାର୍ଟର ଫାଇନାଲ୍‌ ମ୍ୟାଚ ଖେଳି ପାରି ନଥିଲେ। ତେବେ ବୁଧବାର ସେ ରୁଷିଆ ଫେରିଛନ୍ତି। ସ୍ୱିଡେନ୍‌ ବିପକ୍ଷ କ୍ୱାର୍ଟର ଫାଇନାଲରେ ସେ ଖେଳିବା ଏକପ୍ରକାର ନିଶ୍ଚିତ। ଡେଲ୍ଫ-ନାତାଲିଙ୍କର ଆଗରୁ ଦୁଇଟି ଝିଅ ଥିଲେ।

ସମ୍ବନ୍ଧିତ ଖବର