ଓଡେନ୍ସି: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ଡେନ୍ମାର୍କ ଓପନ୍ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ମଙ୍ଗଳବାର ୧୭-୨୧, ୨୧-୧୬, ୧୮-୨୧ରେ ଆମେରିକାର ବିେୱନ୍ ଝାଙ୍ଗ୍ଙ୍କଠୁ ହାରି ଯାଇଥିଲେ। ଝାଙ୍ଗ୍ଙ୍କଠୁ ସିନ୍ଧୁଙ୍କ ଏହା ଲଗାତାର ତୃତୀୟ ପରାଜୟ। ଏହି ଆମେରିକୀୟ ଖେଳାଳି ଚଳିତ ଫେବ୍ରୁଆରିରେ ଇଣ୍ଡିଆନ୍ ଓପନ୍ ଫାଇନାଲ୍ରେ ସିନ୍ଧୁଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ଜାପାନ୍ ଓପନ୍ ଦ୍ବିତୀୟ ପର୍ଯ୍ୟାୟେର ମଧ୍ୟ ସେ ସିନ୍ଧୁଙ୍କୁ ବିଦାୟ ରାସ୍ତା ଦେଖାଇଥିଲେ। ଅନ୍ୟପକ୍ଷରେ ସାଇନା ନେହୱାଲ୍ ଏହି ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଏକକ ପ୍ରଥମ ପର୍ଯ୍ୟାୟରେ ସାଇନା ୨୦-୨୨, ୨୧-୧୭, ୨୪-୨୨ରେ ହଂକଂର ଚିଅଙ୍ଗ ଙ୍ଗନ୍ ୟିଙ୍କୁ ହରାଇଥିଲେ।
ଡେନ୍ମାର୍କ ଓପନ୍: ସିନ୍ଧୁ ବିଦା, ସାଇନା ଆଗେଇଲେ
/sambad/media/post_attachments/wp-content/uploads/2018/10/saina-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)